ରାଷ୍ଟ୍ରୀୟ ଲୋକ ଅଦାଲତ : ୨୬୬ ମାମଲା ଫଇସଲା
ତାଳଚେର : ତାଳଚେର ତାଲୁକ ଆଇନ ସହାୟତା କମିଟି ତରଫରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ୨୪ ଟି ପ୍ରାକ୍ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୨ ଲକ୍ଷ ୧୦ ହଜାର ୬୯୬ ଟଙ୍କାର ସମାଧାନ ହୋଇଥିଲା । ସେହିପରି ୨୬୬ ଟି ବିଚାରାଧୀନ ମାମଲାର ଫଇସଲା କରାଯାଇଥିଲା । ସେଥ୍ ମଧ୍ୟରୁ ଅତିରିକ୍ତ ଜିଲା ୌରାଜଜ ସତ୍ୟନାରାୟଣ ବରଙ୍କ ଅଦାଲତ ୬ ଟି ମୋଟର ଯାନ ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ ୬୧ ଲକ୍ଷ ୮୫ ହଜାର ଟଙ୍କାର କ୍ଷତି ପୂରଣ ପ୍ରଦାନ କରାଯାଇଛି । ୨ଟି ଫୌଜଦାରୀ ମାମଲାରେ ୬ ଲକ୍ଷ ଟଙ୍କା, ୨ ଟି ସେସନ୍ କେସ ଓ ଗୋଟିଏ ସ୍ୱତନ୍ତ୍ର ମାମଲାର ସମାଧାନ ହୋଇଥିଲା । ସେହିପରି ଡାଳଚେରର ଅନ୍ୟ ଅଦାଲତ ଗୁଡ଼ିକ ଅଂଶ ଗ୍ରହଣ କରି ଗୋଟିଏ ଚେକ୍ ବାଉନ୍ସ ମାମଲାର ବିଚାର କରି ୬୦ ହଜାର ଟଙ୍କାର ସମାଧନ କରିଥିଲେ । ୧୦ ଟି ଦେୱାନୀ ମାମଲାର ସମାଧାନ କରାଯାଇଥିବା ବେଳେ ୪ ଟି ବିଚାରାଧୀନ୍ଧୁ ବ୍ୟାଙ୍କ ସମ୍ପର୍କିତ ମାମଲା, ଗୋଟିଏ ପାରିବାରିକ ଓ ୨୧୩ ଟି ଫୌଜଦାରୀ ସମ୍ପର୍କିତ ମାମଲା ଫଇସଲା କରାଯାଇଥିଲା । ଏଥିରେ ତାଳଚେର ସବୁ ଅଦାଲତର ବିଚାରପତି ଗଣ ସରକାରୀ ଓକିଲ, ଓକିଲ ସଂଘର ସମସ୍ତ ସଦସ୍ୟ, ସମସ୍ତ ତହସିଲ, ବ୍ୟାଙ୍କ କର୍ମଚାରୀ, ଦୂର ସଂଚାର ନିଗମ କର୍ମଚାରୀ ଓ ତାଲୁକ୍ ଆଇନ ସହାୟତା କମିଟି ସଦସ୍ୟମାନେ ଯୋଗ ଦେଇଥିଲେ ।