ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା ଉପରେ ଆଲୋଚନାଚକ୍ର
ଜଟଣୀ : ଦେଶଭକ୍ତିର ଉସôାହ ଓ ଏକତାର ସନେ୍ଦଶ ସହିତ ପିପଲ୍ ଫର୍ ସୋସାଇଟି ପକ୍ଷରୁ ଟାଉନ୍ହଲ୍ରେ "ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କ ଭୂମିକା' ବିଷୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଓଡ଼ିଶାର ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଗେଷ୍ଟ ଅଫ୍ ଅନର୍ ଭାବେ ସେଞ୍ଚୁରିଅନ୍ ୟୁନିଭର୍ସିଟି ସଂସ୍ଥାପକ ମୁକ୍ତିକାନ୍ତ ମିଶ୍ର, ହିନ୍ଦୁ ଜାଗରଣ ମଞ୍ଚ ସଂଯୋଜକ ତନ୍ମୟ ଦାସ, ମେଟ୍ରୋ ଗ୍ରୁପ୍ ନିଦେ୍ର୍ଦଶକ ପୀୟୁଷ ମହାନ୍ତି, ଜି.ଡି. ଗୋଏଙ୍କା ସ୍କୁଲ୍ ଅଧ୍ୟକ୍ଷ ଅମିତ ମିଶ୍ର ଓ ହାଇ-ଟେକ୍ ଗ୍ରୁପ୍ ନିଦେ୍ର୍ଦଶକ ସନ୍ତୋଷ ଚୌଧୁରୀ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଅନିଲ ବିଶ୍ୱାଳ ତାଙ୍କ ଉଦ୍ବୋଧନରେ କହିଥିଲେ ସ୍ୱାଧୀନତାର ସତ୍ୟ ଅର୍ଥ କେବଳ ୧୫ ଅଗଷ୍ଟରେ ପତାକା ଉତ୍ତୋଳନ କରିବା ନୁହେଁ, ପରବର୍ତ୍ତୀ ପିଢ଼ୀଙ୍କୁ ଦାୟିତ୍ୱବାନ୍, ସଚେତନ ଓ ସାମାଜିକ ଭାବେ ସୁଦୃଢ଼ କରିବା ହେଉଛି ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ । ଶେଷରେ ପିପଲ୍ ଫର୍ ସୋସାଇଟିର ବରିଷ୍ଠ ସଦସ୍ୟ ଶୁଭ୍ରାଂଶୁ ଶେଖର ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।