ରାସ୍ତାରେ ମନି ପର୍ସ ପାଇ ଫେରାଇଲେ ବଦାନ୍ୟ ବ୍ୟକ୍ତି
ବୈଶିଙ୍ଗା: ସମାଜ ସତ୍ୟ ଆଉ ଧର୍ମ ଉପରେ ଆଧାରିତ ହୋଇ ନ ଥିଲେ ସଂସାର ତିଷ୍ଠି ନ ଥାନ୍ତା । ଏହିପରି ଏକ ଘଟଣା ଆଜି ସକାଳେ ଆଲୋଚ୍ୟ ବିଷୟ ପାଲଟିଛି । ମେର୍ଦ୍ଦା ଗ୍ରାମର ମେଡିସିନ୍ ରିପ୍ରେଜେଣ୍ଟିଭ୍ ଭାନେ କାମ କରୁଥିବା ବ୍ୟକ୍ତି ଅଲିଅଳ ରାଉତ ବୈଶିଙ୍ଗାରେ ରହୁଥିବା ବେଳେ ଗତକାଲି ମଙ୍ଗଳବାର ବ୍ୟବସାୟ କାର୍ଯ୍ୟରେ ବେତନଟୀରୁ ରାସ ଗୋବିନ୍ଦପୁର ଯାଉଥିବା ବେଳେ ଆଗ୍ରିଆ ନିକଟରୁ ଓଭରବ୍ରିଜ୍ ନିକଟରୁ ଏକ ମନିପର୍ସ ପାଇ ନିଜ କାର୍ଯ୍ୟରେ ଚାଲିଯାଇଥିଲେ । କିଛି ସମୟ ପରେ ବ୍ୟାଗ୍ ଭିତରେ ଥିବା ମୋବାଇଲ ଫୋନ ବାଜିବାରୁ ସଙ୍ଗେ ସଙ୍ଗେ ଫୋନ ଉଠାଇ ତାଙ୍କ ପାଖରେ ଅଛି ବୋଲି ଶ୍ରୀ ରାଉତ କହିଥିଲେ । ସେମାନେ ନିଜର ପରିଚୟ ଦେଇ ସମସ୍ତ ଟଙ୍କା ମୋବାଇଲ୍ ନେଇ ଖୁସି ହେବା ସହିତ ବହୁତ ବହୁତ ଧନ୍ୟବାଦ ଦେଇଥିଲେ ।