ରାସ୍ତା କଡରେ ବିପଦ ପୂର୍ଣ୍ଣ ସୌର ବିଦୁ୍ୟତ୍ ତାର

 ବିଞ୍ଝାରପୁର : ଚାଷୀଙ୍କ ପାଇଁ ବଡ ସମସ୍ୟା ଏବେ ବୁଲା ଷଣ୍ଡ ଆଉ ମାଙ୍କଡ । ସେ ଧାନ ହେଉ ବା ରବି ଫସଲ । ଜଗିବା ଅପେକ୍ଷା ବଜାରରେ ମିଳିଥିବା ସୌର ଶକ୍ତି ସାହାଯ୍ୟରେ କରେଂଟ ଲଗାଇ ଅଚିନ୍ତାରେ ବସିଯାଉଛି ଚାଷୀ । ଯାହା ବିପଦକୁ ଆଖିଆଗରେ ନିମନ୍ତ୍ରଣ କରାଯାଉଛି । ପ୍ରୀତିପୁର ସ୍ଥିତ ବିତାନ ଯୁଣଭଦ୍ରା କଲେଜ ସମ୍ମୁଖ ଠିକ୍ ରାସ୍ତା କଡରେ ବନ୍ଧା ଯାଇଛି ଏହି ବିପଦ ପୂର୍ଣ୍ଣ ଶୌର ଶକ୍ତି ବିଦୁ୍ୟତ୍ ତାର । ଯାହାର ସ୍ପର୍ଶରେ ଆସିଲେ ବଡ ଝଟକା ସହ କଚାଡି ଦେବ । ଏମିତି କି ଭୟରେ କିଛି ଜୀବନ ବି ଯାଇପାରେ । କଲେଜକୁ ଶହ ଶହ ପିଲା ଆସୁଥିବା ଓ ଖରା ଦାଉରୁ ରକ୍ଷା ପାଇବାକୁ ରାସ୍ତା କଡ ଗଛ ମୂଳରେ ବିଶ୍ରାମ ନେବା ଲୋକ ପାଇଁ ଏହା ବଡ ବିପଦ ଅଣିପାରେ । ତେବେ ଏହି ବେଆଇନ୍ କାର୍ଯ୍ୟ ଉପରେ କଲେଜ୍ କର୍ତୃପକ୍ଷଙ୍କ ସହ ଅଳକୁଣ୍ଡ ଥାନା ଅଧିକାରୀଙ୍କ ଦୃଷ୍ଟି ପଡିବା ସହ ତୁରନ୍ତ ଏହାକୁ ରାସ୍ତା କଡରୁ ଉଠାଯାଇ ସୁରକ୍ଷିତ ବାଡ ବସାଇବାକୁ ଚାଷୀଙ୍କୁ ପରାମର୍ଶ ଦେବାକୁ ସଧାରଣରେ ଦାବୀ ହେଉଛି ।