ରାସ୍ତା ସମ୍ପ୍ରସାରଣରେ ବିଦୁ୍ୟତ ବିଭାଗ ବାଧକ
ପାଣିକୋଇଲି: ପୂର୍ତ ବିଭାଗ ଅଧିନ ନୁଆପଦା ରାସ୍ତା ସଂପ୍ରସାରଣରେ ବାଧକ ସାଜିଛି ବିଦୁ୍ୟତ ବିଭାଗ । ୧୬ନମ୍ବର ଜାତୀୟ ରାଜପଥରୁ ଦାମୋଦରପୁର ଠାରୁ ୨୦ନମ୍ବର ଜାତୀୟ ରାଜପଥର ନୁଆପଦା ପର୍ଯ୍ୟନ୍ତ ଚାଲୁଥିବା କାର୍ଯ୍ୟ ଅର୍ଦ୍ଧାଧିକ ଶେଷ ହୋଇ ସାରିଥିବା ବେଳେ ପୂର୍ବରୁ ଥିବା ବିଦୁ୍ୟତ ଖୁଂଟ ଗୁଡ଼ିକ ନ ଉଠିବା ଯୋଗୁ କାମ ଅଟକିଛି । ଏସଂକ୍ରାନ୍ତରେ ପୂର୍ତବିଭାଗ ତରଫରୁ ବିଦୁ୍ୟତ ବିଭାଗକୁ ବାରମ୍ବାର ଅବଗତ କରାଯାଉଥିଲେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଉନି । ପୂର୍ବ ରାସ୍ତା ଅପେକ୍ଷା ବର୍ତମାନ ନିର୍ମାଣ ଚାଲିଥିବା ରାସ୍ତାଟି ଦୁଇଟି ଉଚ୍ଚ ହୋଇଯାଇଥିବାରୁ ରାସ୍ତାର ମଝିରେ ଏକ ସବଷ୍ଟେସନଟି (୧୧କେଭି) ଜନସାଧାରଣଙ୍କ ନିମନ୍ତେ ବିପଦକୁ ଆହ୍ୱାନ ଦେଉଛି । ଏହା ସହିତ ଉପଭୋକ୍ତା ମାନଙ୍କ ଘରକୁ ଦିଆଯାଇଥିବା ବିଦୁ୍ୟତ ସଂଯୋଗ କେବୁଲଟି ଝୁଲି ରହିବା ଫଳରେ ଏକ ବାଉଁଶ ସାହାର୍ଯ୍ୟରେ ଉପରକୁ ଟେକା ଯାଇଛି । ଯାହାକି ବାଇକ ଆରୋହୀଙ୍କ ନିମନ୍ତେ ବିପଦ ସୃଷ୍ଟି କରୁଛି । ବିଦୁ୍ୟତ ବିଭାଗ ତୁରନ୍ତ ବିପଦପୂର୍ଣ୍ଣ ଥିବା ଉକ୍ତ ସବଷ୍ଟେସନ ସ୍ଥାନନ୍ତ୍ର କରିବା ସହିତ ଝୁଲି ପଡ଼ିଥିବା ତାର ଗୁଡ଼ିକୁ ଉପରକୁ ଉଠାଇବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।