ରାହୁଲ ଓ ସୋନିଆଙ୍କ କୁଶ ପୁତ୍ତଳିକା ଦାହ
ଭବାନୀପାଟଣା : ନ୍ୟାସନାଲ ହେରାଲ୍ଡ ଦୁର୍ନୀତି ମାମଲାରେ କଂଗ୍ରେସ ନେତ୍ରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ସମ୍ପୃକ୍ତି ଅଭିଯୋଗରେ କଳାହାଣ୍ଡି ବିଜେପି ଯୁବମୋର୍ଚ୍ଚାର ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି କାର୍ଯ୍ୟାଳୟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ସ୍ଥାନୀୟ ଗାନ୍ଧୀ ଛକରେ ପହଞ୍ଚି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । କଂଗ୍ରେସ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧୀ ଯେଉଁ ଭଳି ଭାବରେ ରାଷ୍ଟ୍ରର ସମ୍ପତି ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅଭିଯୋଗରେ କଳାହାଣ୍ଡି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧିଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଜୟଦେବ ସାହୁ,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ଦିବ୍ୟଜ୍ୟୋତି ମୁଣ୍ଡ, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ନରହରି ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି,ନଗର ସଭାପତି ସନ୍ତୋଷ କୁମାର ବିଶି,ଉପ ସଭାପତି ହିମାଂଶୁ ବିଶ୍ୱାଳ ,ରାଜ୍ୟ କାର୍ଯ୍ୟକାରିଣୀ ଶକ୍ତି ରଞ୍ଜନ ଶତପଥୀ,ନଗର ଯୁବମୋର୍ଚ୍ଚା ସଭାପତି ରାକେଶ ଶର୍ମା ,ଯୁବମୋର୍ଚ୍ଚା ଜିଲ୍ଲା ସମ୍ପାଦିକା ଟି ସୁଜାତା ଆଚାରି,ଦେବସ୍ମିତା ପୂଜାରୀ ,ଅନିତା ବିଶ୍ୱାଳ, ପଦ୍ମା ଶବର,ହେମନ୍ତ ଯାଦବ,ପ୍ରିତମ ଦାସ, ସ୍ମିତ୍ ରଞ୍ଜନ ବେହେରା , ହରପ୍ରିତ୍ ସିଂ,ଜିଲ୍ଲା ସାଧାରଣ ସମ୍ପାଦକ ଜୟସଙ୍କର ନାଏକ,ଜିଲ୍ଲା ସମ୍ପାଦକ ବିଷ୍ଣୁ ନାୟକ,ଭଣ୍ଡେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।