ରୀତିମତ କ୍ରୋମାଇଟ ଚୋରି: ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରୀତିରଞ୍ଜନ
କାଳିଆପାଣି : କାଳିଆପାଣି ଖଣି ଅଂଚଳରୁ ରିତିମତ କ୍ରୋମାଇଟ ଚୋରି ହେଉଛି । ଏକ ୨୦ଜଣିଆ ଚୋର ଦଳ କ୍ରୋମାଇଟ ଚୋରିରେ ସଂପୃକ୍ତ ରହିଛନ୍ତି । କାଁ ଭାଁ କେତେ ବେଳେ ଚଢ଼ଉରେ କିଛି ପରିମାଣର କ୍ରୋମାଇଟ ଜବତ କରାଯାଉଥିଲେ ହେଁ ଚୋରିର ମାଷ୍ଟର ମାଇଣ୍ଡ ବା ର୍ୟାକେଟକୁ ଧରାଯାଉନି । ଏଥିନେଇ ଉଦ୍ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁକିନ୍ଦାର ପୂର୍ବତନ ବିଧାୟକ ତଥା ପ୍ରାକ୍ତନମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଚିଠି ଲେଖି ପ୍ରୀତିରଞ୍ଜନ ସୁକିନ୍ଦା କ୍ରୋମାଇଟ ମାଇନିଂ ଅଂଚଳରୁ ରିତିମତ କ୍ରୋମାଇଟ ଚୋରି ଚାଲିଥିବା ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ପ୍ରୀତିରଂଜନ ସାଂଘାତିକ ଅଭିଯୋଗ ଉଲ୍ଲେଖ କରିଛନ୍ତି । ଦର୍ଶାଇଛନ୍ତି କି ୨୦୨୪ ମସିହା ଅଗଷ୍ଟ ମାସ ଠାରୁ ସୁକିନ୍ଦା ଖଣି ଅଂଚଳରେ ଥିବା କ୍ରୋମାଇଟ ବ୍ଲକ-୧ ଏବଂ କାଙ୍କଡ଼ପାଳ ଗ୍ରାମ ପଞ୍ଚାୟତର କାକୁଡ଼ିଆ ଗ୍ରାମ ସଂଲଗ୍ନ ମହାଗିରି ଡ଼ିପିଏଫର ୪/୫ ଟି ସ୍ଥାନରୁ ରୀତିମତ କ୍ରୋମାଇଟ ଚୋରି ହୋଇଚାଲିଛି । ତାଙ୍କ କହିବା ଅନୁଯାଇ ଏକ ୨୦ ଜଣିଆ ଚୋର ଦଳ ଏଠାରେ ସକ୍ରିୟ ହୋଇ ନିରନ୍ତର କ୍ରୋମାଇଟ ଚୋରି କରୁଛନ୍ତି । ଯଦିଓ ଗତ ୨୭ ତାରିଖ ରାତିରେ ବନବିଭାଗ ଅତର୍କିତ ଚଢଉ କରି କିଛି କ୍ରୋମାଇଟ ପଥର ସହିତ କ୍ରୋମାଇଟ ବୋଝେଇ ଗାଡି ଏବଂ ଲୋଡ଼ିଂ ମେସିନ ଜବଦ କରିଛି କିନ୍ତୁ କ୍ରୋମାଇଟ ଚୋରୟିର ମାଷ୍ଟର ମାଇଣ୍ଡ ବା ର୍ୟାକେଟ ଏଯାଏଁ ଧରାପଡ଼ିନାହିଁ । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଜିଲ୍ଲା ଖଣିଜ ବିଭାଗ, ସ୍ଥାନୀୟ ପୁଲିସ, ବନବିଭାଗ, ରାଜସ୍ୱ ନିଭାଗ ଏବଂ ମାଇନିଂ ଏନଫୋର୍ସମେଂଟ ସ୍କ୍ୱାର୍ଡର ନିଷ୍କ୍ରିୟତା ଯୋଗୁଁ କ୍ରୋମାଇଟ ଚୋରି ବଢିଚାଲିଛି ଆଉ ଚୋରି ର୍ୟାକେଟ ଧରାପଡି ନାହିଁ । ପ୍ରୀତିରଂଜନ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରିବା ସହ ଓଡିଶା ଖଣି ନିଗମ ଏବଂ ଜିଲା ପ୍ରଶାସନ ପକ୍ଷରୁ ଏସମ୍ବନ୍ଧରେ ବିହିତ ପଦକ୍ଷେପ ନେନେବାକୁ ପରାମର୍ଶ ଦେଇଛନ୍ତି ।
ଏଠାରେ ସୂଚନା ଥାଉକି ଗତ ୨୭ ତାରିଖ ବିଳମ୍ବିତ ରାତିରେ ଭୀମଟଙ୍ଗର ଖଣିରୁ ୨୫ଲକ୍ଷ ଟଙ୍କାର କ୍ରୋମ ବୋଝେଇ ହାଇବା ସହ ଜେସିବି ଜବଦ କରିଥିଲା ବନ ବିଭାଗ । ହେଲେ ଜେସିବି ଓ ହାଇବାର ଡ଼୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ବନ ବିଭାଗ ପକ୍ଷରୁ କେସ ନମ୍ବର ୪ଏସକେ୨୦୨୫/୨୬ରେ ଏକ ମାମଲା ରୁଜ୍ଜୁ କରିଥିଲେ ଏଯାବଦ ଜବଦ ଗାଡ଼ିର ମାଲିକଙ୍କୁ ଠାବ କରିପାରିଲାନି ।