ରେଲୱେ ଓଭରବ୍ରିଜ ପାଇଁ ଉଚ୍ଛେଦକୁ ବିରୋଧ ଘଟଣାସ୍ଥଳରେ ଉତ୍ତେଜନା
ବ୍ୟାସନଗର: ଯାଜପୁର କେନ୍ଦୁଝର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଚୁନଭାଟି ପ୍ଲଟରେ ହେବାକୁ ଥିବା ଓଭରବ୍ରିଜ କାର୍ଯ୍ୟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଉଚ୍ଛେଦକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ । ଯାହାକୁ ନେଇ ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ଉତେଜନା କାରଣରୁ ଉଚ୍ଛେଦ କରିବାକୁ ମେସିନ ଧରି ଯାଇଥିବା ଠିକାସଂସ୍ଥା ଏବଂ ରେଲୱେ କର୍ତୁପକ୍ଷ ଫେରି ଆସିଥିଲେ । ଖବର ପାଇ ଯାଜପୁର ରୋଡ଼ ପୁଲିସ ଘଟଣା ସ୍ଥଳରେ ପହଁଚି ପରିସ୍ଥିତିକୁ ରୋକିଥିଲା । ଆମକୁ ଆଗ କ୍ଷତିପୂରଣ ଦିଅ ପରେ ଉଚ୍ଛେଦ କର ବୋଲି ଚୁନଭାଟି ଅଞ୍ଚଳରେ ବସବାସ କରୁଥିବା ପରିବାର ଦାବି କରିଥିଲେ । ଖବର ଥାଉକି ଦୀର୍ଘବର୍ଷ ଦାବି ପରେ ସାଇମନ୍ଦିର ନିକଟରେ ଓଭରବ୍ରିଜ ନିର୍ମାଣ ପାଇଁ ଅନୁମତି ସହଅର୍ଥ ମଞ୍ଜୁର ପରେ ସ୍କେଚ ପ୍ରସ୍ତୁତି ହୋଇଥିଲା । କାର୍ଯ୍ୟ ଶିଘ୍ର ଆରମ୍ଭ କରିବାକୁ ରେଳବାଇ କର୍ତୁପକ୍ଷଙ୍କ ନିଦେ୍ର୍ଦଶ ପରେ କାର୍ଯ୍ୟ ହାତେଇଥିବା ଠିକାସଂସ୍ଥା ପ୍ରଥମେ ରେଲୱେ ଜମିରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବାକୁ ଆଗେଇ ଆସିଥିଲା । ଚୁନଭାଟି ପ୍ଲଟରେ ବହୁ ପରିବାର ବସବାସ କରୁଥିବା ବେଳେ ସେମାନେ ଜିଲାପାଳଙ୍କୁ ଉଚ୍ଛେଦ ପୂର୍ବରୁ କ୍ଷତିପୂରଣ ଦାବି କରିଥିଲେ । ହେଲେ ଜିଲାପାଳଙ୍କ ପକ୍ଷରୁ ସେଭଳି କିିଛି ପ୍ରତିଶ୍ରୁତି ମିଳିନଥିଲା । ଆଜି ସଜବାଜ ହୋଇ ଉଚ୍ଛେଦ କରିବାକୁ ଯିବା ପରେ ବିରୋଧ ସହ ସ୍ଥାନୀୟ ଲୋକଙ୍କ ସହ ବଚସା ହୋଇଥିଲା । ଯାଜପୁର ରୋଡ଼ ପୁଲିସ ପହଁଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଆସନ୍ତାକାଲି ଅଧିବାସୀ ସେମାନଙ୍କ ଦାବି ଏଡ଼ିଏମଙ୍କୁ ଭେଟି ଗୁହାରି କରିବେ ବୋଲି ଜଣାପଡ଼ିଛି ।