ରେଲୱେ ପ୍ୟାନେଲ୍ ଆଇନଜୀବୀ ହେଲେ ସନ୍ତୋଷ ମିଶ୍ର

 ନବରଙ୍ଗପୁର : ପୂର୍ବତଟ ରେଳବାଇର ପାନେଲ୍ ଆଇନଜୀବୀ ଚୟନ କରାଯାଇଛି । ଏହି କ୍ରମରେ ନବରଙ୍ଗପୁର ଜିଲ୍ଲା ପାଇଁ ପୂର୍ବତଟ ରେଳବାଇର ପାନେଲ୍ ଆଇନଜୀବୀ ଭାବେ ସନ୍ତୋଷ କୁମାର ମିଶ୍ରଙ୍କୁ  ଚୟନ କରଯାଇଛି । ସେହିପରି କୋରାପୁଟ ଜିଲ୍ଲାର କୋରାପୁଟ ପାଇଁ ସୁବାସ ଚନ୍ଦ୍ର  ଭୋଇ, ଜୟପୁର ପାଇଁ ସୁବାସ ଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ଦାଶ, ରିଜର୍ଭରେ ତାରିଣୀ ପାଣିଗ୍ରାହୀଙ୍କୁ ଚୟନ କରାଯାଇଛି । ରାୟଗଡ଼ା ପାଇଁ ରାମ ପ୍ରସାଦ ପାତ୍ର, ପଦ୍ମାଳୟା ମିଶ୍ର, ସନ୍ତୋଷ କୁମାର ମହାପାତ୍ର, ବିଷମକଟକ ପାଇଁ ବିପ୍ଲବ କେଶୀ ସାହୁ, ମୁନିଗୁଡ଼ା ପାଇଁ ଅମିତ କୁମାର ଗୌଡ଼ ଓ ମାଲକାନଗିରି ଜିଲ୍ଲା ପାଇଁ ଗୁରୁ ଚରଣ ମହାନ୍ତିଙ୍କୁ ଚୟନ କରାଯାଇଛି । ଆଇନଜୀବୀ ଶ୍ରୀ ମିଶ୍ରଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।