ରେଳ ବିକାଶର ରେଡମ୍ୟାପ କରାଯାଉ
ସୋନପୁର : ଗତ ଜୁନ୍ ୨୦ ତାରିଖରେ ଓଡିଶା ଗସ୍ତ କରି ଭୁବନେଶ୍ୱରରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୌଦ୍ଧ ରେଳ ଷ୍ଟେସନ ଉଦ୍ଘାଟିତ କରିଥିଲେ । ଏହି ଅବସରରେ ବୌଦ୍ଧରୁ ରାୟପୁର ଓ ବିଶାଖାପାଟଣା ଭାୟା ଟିଟିଲାଗଡ ନେଇ ଦୁଇଟି ଟ୍ରେନ ଦାବି ହେଉଛି । ଉକ୍ତ ଟ୍ରେନ ପାଇଁ ଯାତ୍ରୀ, ରୋଗୀ ଚିକିତ୍ସା ଓ ବ୍ୟବସାୟୀ ଦୃଷ୍ଟିରୁ ଲାଭ ଦାୟକ ହେବ । ସେହିପରି ଜାମ୍ମୁତାବି ଓ ଗୋରଖପୁର ଟ୍ରେନ ବୌଦ୍ଧରୁ ଚଲାଇବାକୁ ଦାବି ହେଉଛି । ଏବେ ଉଭୟ ଟ୍ରେନ ସମ୍ବଲପୁରରୁ ଛାଡୁଛି । ଏହି ଦୁଇ ଟ୍ରେନ ଚାଲିଲେ ବୌଦ୍ଧ, ସୋନପୁର, ବଲାଙ୍ଗିର, ବରଗଡ ଜିଲ୍ଲାର ଲୋକମାନେ ଉପକୃତ ହେବେ । ଏହି ଅଞ୍ଚଳ ଯାତ୍ରୀମାନେ ଅନେକ ଅଯୋଧ୍ୟା, ବନାରସ, ପ୍ରୟାଗରାଜ, ଗୋରଖପୁର ଆଦି ପ୍ରସିଦ୍ଧ ତୀର୍ଥସ୍ଥାନ ଯାଇପାରେ । ଅନ୍ୟପକ୍ଷରେ ସମ୍ବଲପୁର- ସୋନପୁର ରେଳ ପଥ ସଂଯୋଗୀକରଣ କରିବାକୁ ଦାବି ହେଉଛି । ଯାହା ମନ୍ଦିରମାଳିନୀ ସୋନପୁର ସହର ଓ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ମଧ୍ୟରେ ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଭାବଗତ ସମ୍ପର୍କ ବଢିବ । ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁର- ସୋନପୁର-ବୌଦ୍ଧ ସହ ବ୍ରହ୍ମପୁର ରେଳପଥ ମଧ୍ୟ ସୁଗମ ସହ ସହଜସାଧ୍ୟ ହେବ । ବର୍ତ୍ତମାନ ପ୍ରାୟ ବର୍ଷେ ମଧ୍ୟରେ ବଲାଙ୍ଗିର-ଖୋର୍ଦ୍ଧା ରେଳ ପଥ ସଂପୂର୍ଣ୍ଣ ହେବ । ଏଥିପାଇଁ ବରଗଡ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଖୋର୍ଦ୍ଧା ନେଇ ରେଳପଥର ରେଡମ୍ୟାପ କରିବାକୁ ଦାବି ହେଉଛି । ପରବର୍ତ୍ତୀ ସମୟ ଅନେକ ଟ୍ରେନ ଯିବା ଆସିବା ନେଇ ସମ୍ଭାବନା ସୃଷ୍ଟି ହେବ । ବର୍ଷେ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଲରେ ସୋନପୁର ରେଳୱେ ଷ୍ଟେସନ ଲୋକର୍ପଣ କରିଥିଲେ । କିନ୍ତୁ ଏହି ରେଳୱେ ଷ୍ଟେସନ ସର୍ବନିମ୍ନ ସୁବିଧା ନାହିଁ । ଷ୍ଟେସନରେ ପାନୀୟ ଯୋଗାଣ ହୋଇ ପାରି ନାହିଁ । ରେଳ ଷ୍ଟେସନରେ ଗାଡି ମୋଟର ରଖି ଯିବା ଆସିବା ପାଇଁ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା ନାହିଁ । ବର୍ତ୍ତମାନ ପରିସ୍ଥିତି ଷ୍ଟେସନରେ ପୋଲିସ ଆଉଟ ପୋଷ୍ଟ ଦାବି ହେଉଛି । ରେଳୱେ ଷ୍ଟେସନ ଯାତ୍ରୀମାନେ ଯିବା ଆସିବା ଅନେକ ଅସୁବିଧା ସାମ୍ନା କରୁଛନ୍ତି । ସେହିପରି ସୋନପୁର ବସଷ୍ଟାଣ୍ଡ, ଡାକ୍ତରଖାନା, ରେଳ ଷ୍ଟେସନ ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଦେଇ ମୋ ବସ୍ ଚଲାଇବାକୁ ଦାବି ହେଉଛି । ଜିଲ୍ଲା ପ୍ରଶାସନ କ୍ରିୟାଶୀଳ ହୋଇ ଉକ୍ତ ସମ୍ବେଦନଶୀଳ ଦାବିମାନଙ୍କୁ ରେଳ ବୋର୍ଡ , ରାଜନୈତିକ ନେତୃବୃନ୍ଦ ସହ ମିଶି ସମାଧାନ କରିବାକୁ ଦାବି ହେଉଛି ।