ସାର ଅଭାବ, ଚାଷୀଙ୍କ ରାସ୍ତାରୋକ

  ଆସିକା : ଆସିକାରେ କୃଷି ଜିଲ୍ଲା କାର୍ଯ୍ୟାଳୟ ଏବଂ ଆସିକା ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ ଅଧିକାରୀ ରହିଥିଲେ ମଧ୍ୟ ଏଠି ସାରର ଘର ଅଭାବ ଚାଷୀଙ୍କୁ ବ୍ୟଥିତ କରିଛି । ସାର ପାଇଁ ରାତିରୁ ଲମ୍ବା ଧାଡିରେ ଆସିକା ଏମପିସିଏସ କାର୍ଯ୍ୟାଳୟ ଆଗରେ  ସୋମବାର ଦିନ ଚାଷୀ ନିଜ ଚପଲ ରଖି ଲାଇନ କରି ଅପେକ୍ଷା କରିଥିଲେ ମଙ୍ଗଳବାର ଦିନ ପୁଣି ସାର ପାଇଁ ଚାଷୀ ବସଷ୍ଟାଣ୍ଡ ମୁଖ୍ୟ ରାସ୍ତାରେ ରାସ୍ତାରୋକ କଲେ । 
ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରା ଓ ଥାନା ଅଧିକାରୀ କୁଳମଣି ସେଠୀ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଆବଶ୍ୟକ ମୁତାବକ ସାର ନ ମିଳିବା ଯୋଗୁଁ ଚାଷୀ ଅଶାନ୍ତି ହୋଇ ହନ୍ତସନ୍ତ ହୋଇଥିଲେ । ଚାଷୀଙ୍କ ଲାଇନ ନ ସରୁଣୁ ସମିତିରେ ସାର ସାରିଯିବା ଫଳରେ ନିରାଶ ହୋଇ ଫେରିଛନ୍ତି ଚାଷୀ । ପୋଲିସ ନିଜେ ଟୋକେନ୍ ଦେଇ ସାର ବଣ୍ଟନ ବ୍ୟବସ୍ଥା କରିଥିଲେ । ଅପର ପକ୍ଷେ ଆସିକା ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ଅଧୀନରେ  ୮ଗୋଟି ବ୍ଲକ ରହିଛି । ଏହାର ଅଧୀନରେ ୧୨୫ଟି ପ୍ୟାକ୍ସ ସୋସାଇଟି ମାଧ୍ୟମର ସାର ବିକ୍ରି ହୁଏ । ବର୍ତ୍ତମାନ ୩୪୧୨ ହଜାର ମାଟ୍ରିକ ଟନ୍ ସାର ଇନଡେଣ୍ଟ ହୋଇଛି  । ଯାହାକି କାଲି ସୁଦ୍ଧା ପହଞ୍ଚିବ ବୋଲି ଶୁଣିବାକୁ ମିଳୁଛି । ସେମିତି ଆସିକା କୃଷି ଜିଲ୍ଲା କାର୍ଯ୍ୟାଳୟରେ ରହିଥିବା ୪ଗୋଟି ବ୍ଲକ ପାଇଁ ୨୧୧୭ ହଜାର ମାଟ୍ରିକ ଟନ୍ ସାର ଇନଡେଣ୍ଟ ହୋଇଛି । ଏହା ବଦେ ପ୍ରଇଭେଟ ଡିଲର ଓ ଏସ ହେଚ ଜି ଗ୍ରୁଫ ସହ କିଛି ସମବାୟ ଅନୁଷ୍ଠାନ ମଧ୍ୟ ସାର ବିକ୍ରି ପାଇଁ ଲାଇସେନ୍ସ ପାଇଛନ୍ତି । ତଥାପି ସାରର ଘୋର ଅଭାବ ପାଇଁ ସାର କଳା ବଜାର ହେଉଥିବା ଅଭିଯୋଗ ଆଣିଛନ୍ତି । ଆଜି ବି ପୁଣି ଆସିକା ବହୁ ମୁଖୀ କେନ୍ଦ୍ର ସମବାୟ ସମିତି ସମ୍ମୁଖରେ ରାତିରୁ ଚାଷୀଙ୍କ ଲମ୍ବା ଧାଡି । ଚାଷୀ ଦୂର ଦୁରାନ୍ତର ଗ୍ରାମରୁ ଆସି ଲଗାଇଛନ୍ତି ଧାଡି । ଗତ କାଲି ଘଣ୍ଟା ଘଣ୍ଟା ଧାଡିରେ ରହିବା ପରେ ଦିନ ୦୩ ଟାରେ ନିରାଶ ହୋଇ ଘରକୁ ଫେରିଥିଲେ । ତେଣୁ ଆଜି ପୁଣି ସାର ବସ୍ତାଏ ପାଇଁ ଆସି ଛିଡ଼ା ହେଲେଣି । ସାରକୁ ନେଇ ଚାଷଙ୍କ ଏହି ସଙ୍ଘର୍ଷ କେବେ ତୁଟିବ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ହୋଇଛି ।