ଖରସ୍ରୋତାରେ ପ୍ରଥମ ବନ୍ୟା 

 ବରୀ : ଓଡିଶାରେ ମୌସୁମୀ ପହଞ୍ଚିବା ପରେ ଉପରେ ମୁଣ୍ଡରେ ବର୍ଷା ହେବା ଫଳରେ ନଦୀରେ ବନ୍ୟା ଆସି ଖରସ୍ରୋତା, ବୁଢା, କାଣୀ ତାହାର ଶାଖାନଦୀ ମାନଙ୍କରେ ପ୍ରଥମ ଥର ଲାଗି ବନ୍ୟାଜଳ ପ୍ରଭାବିତ ହେଉଛି । ଫଳରେ  ବନ୍ୟା ଆସିବା ଯୋଗୁ ନଦୀକୁଳରେ ବସବାସ କରୁଥିବା ଗ୍ରାମର ଜନସାଧାରଣମାନଙ୍କ ମଧ୍ୟ୍ୟରେ ବନ୍ୟାକୁ ନେଇ ଭୟ ହୋଇଛି । ଦୁର୍ବଳ ନଦୀବନ୍ଧ ସ୍ଥାନରେ ବନ୍ୟା ପୂର୍ବରୁ ବହୁ ସ୍ଥାନରେ ମରାମତି କାର୍ଯ୍ୟ ସରିନଥିବାରୁ ବନ୍ୟା ଆଶଙ୍କାରେ ଲୋକମାନେ ଭୟଭୀତ ଅଛନ୍ତି ।