ରୌପ୍ୟଜୟନ୍ତୀ ଉସôବ ଉଦ୍ୟାପିତ

 ପୁରୀ: ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦ୍ୟାପିତ ହୋଇଛି ପୁରୀ ଡ଼୍ୟାନ୍ସ ଏକାଡ଼େମୀର ରୌପ୍ୟଜୟନ୍ତୀ ସମାରୋହ । ସଂସ୍କୃତି ଭବନରେ ଅନୁଷ୍ଠିତ ଉଦ୍ୟାପନ ସମାରୋହରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ସଞ୍ଜୟ କୁମାର । ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଏମ୍ସିଏଲ୍ ଓ ଏନ୍ଟିପିସିର ପୂର୍ବତନ ନିଦେ୍ର୍ଦଶକ କୁଳମଣି ବିଶ୍ୱାଳ, ବିଜେପି ମହିଳା ମୋର୍ଚ୍ଚା ଜିଲ୍ଳା ସଭାପତି ଜ୍ୟୋତି ମହାପାତ୍ର, ସମାଜସେବୀ ପ୍ରିୟରଂଜନ ଦାସ, ମନୋଜ କୁମାର ରଥ ଓ ପ୍ରଦୁ୍ୟମ୍ନ ମିଶ୍ର ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ ।