ଲକ୍ଷ୍ମୀବରାହ ଯୁବକ ସଂଘର କ୍ୟାଣ୍ଡେଲ ଶୋଭାଯାତ୍ରା 

 ଆଳି: ଆଳିର ପୂର୍ବତନ ବିଧାୟକ ତଥା କଂଗ୍ରେସର ଟାଣୁଆ ନେତା ସଂଗଠକ ଦେବେନ୍ଦ୍ରନାଥ ଶର୍ମାଙ୍କ ବିୟୋଗରେ ଲକ୍ଷ୍ମୀବରାହ ଯୁବକ ସଂଘ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶୋଭାଯାତ୍ରା ପ୍ରଭୁ ଶ୍ରୀ ଲଷ୍ମୀ ବରାହ ମନ୍ଦିରରୁ ବାହାରି ଆଳିର ବିଭିନ୍ନ ଛକ ଥାନା ଛକରେ ପହଞ୍ଚô ପୁନଃ ବ୍ଲକ, ମେଡିକାଲ ଦେଇ ପୁରୁଣା ବସ୍ଷ୍ଟାଣ୍ଡ ପାଖରେ ଶେଷ ହୋଇଛି । ଏହି କ୍ୟାଣ୍ଡେଲ ଶୋଭାଯାତ୍ରାରେ ଲଷ୍ମୀବରାହ ଯୁବକ ସଂଘର ସଦସ୍ୟ ମାନଙ୍କ ସହ ଶତାଧିକ ଯୁବକ, ମହିଳାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିବାର ଦେଖିବାକୁ ମିଳିଛି । ସେହିପରି ଆଳିର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ଦେଖିବାକୁ ମିଳିଛି ।