ଲକ୍ଷ୍ମୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ ଲେତେର ପଞ୍ଚାୟତ ମକ୍ରାଗୁଡା ଗ୍ରାମରେ ମହାଲକ୍ଷ୍ମୀଙ୍କ ପୂଜା ଦୀର୍ଘ ୫ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଆଜି ସମାପ୍ତ ହୋଇଛି । ଗତ୧୧ ତାରିଖ ଦିନ ଭବ୍ୟ କଳସ ଯାତ୍ରା ସହ ଆରମ୍ଭ ହୋଇଥିବା ମା ମହାଲକ୍ଷ୍ମୀ ପୂଜା ଆଜି ପୂର୍ଣ୍ଣାହୁତି ସହ ଭସାଣି ପର୍ବ ସମାପ୍ତ ହୋଇଛି । ପ୍ରତ୍ୟେକ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ରାତିରେ ବଲାଙ୍ଗୀର ଜିଲ୍ଲା ର ଦେଗାଁ ରାମଜୀ କଳା ପରିଷଦ ର ରାମଲୀଳା ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯାହାକି ଅଞ୍ଚଳର ଏକ ହଜାରରୁ ଉର୍ଦ୍ଧ ଦର୍ଶକ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥଲେ ।