ଲେଜରେ ୪୯ତମ ସାମ୍ବତ୍ସରିକ ଉସବ
ଜଟଣୀ: ଆତ୍ମଉତ୍ସର୍ଗ ଓ ତ୍ୟାଗପୁତ ସାଧନା ମାଧ୍ୟମରେ ଶିକ୍ଷାନୁଷ୍ଠାନ ହିଁ ସାରସ୍ୱତ ତୀର୍ଥାଟନରେ ରୂପାନ୍ତରିତ ହୋଇପାରିବ । ପ୍ରାକ୍ତନ ରାଜ୍ୟପାଳ ସ୍ୱର୍ଗତ ଚିନ୍ତାମଣି ପାଣିଗ୍ରାହୀ ଓ ତକ୍ରାଳୀନ ଖୋର୍ଦ୍ଧାରୋଡ଼ ରେଳବାଇ ମଣ୍ଡଳର ପ୍ରବନ୍ଧକ ସ୍ୱର୍ଗତ ସାତକୋଡ଼ି ହୋତାଙ୍କ ଉଦ୍ୟମରେ ଆଜକୁ ଦୀର୍ଘ ୪୯ବର୍ଷ ତଳେ ଜ୍ଞାନର ଆଲୋକ ବିତରଣ ପାଇଁ ଗଢ଼ିଉଠିଥିବା ଅନୁଷ୍ଠାନ ଆଜି ସାରସ୍ୱତ କ୍ଷେତ୍ରଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ସାମ୍ବତ୍ସରିକ ଉତ୍ସବରେ ଯୋଗଦେଇ ଅତିଥିମାନେ କହିଥିଲେ । କଲେଜ ଅଧ୍ୟକ୍ଷ ଡ. ରାଜୀବ କରଙ୍କ ପୌରହିତ୍ୟରେ ୪୯ତମ ସାମ୍ବତ୍ସରିକ ଅନୁଷ୍ଠିତ ହୋଇଥିଲା । ଡ. ରାଜୀବ କର ୨୦୨୪-୨୫ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାଧ୍ୟାପକ ଡ. ପ୍ରଶାନ୍ତ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ସମ୍ମାନୀତଅତିଥି ରଞ୍ଜିତ ପ୍ରଧାନ, ଆଞ୍ଚଳିକ ଶିକ୍ଷା ନିଦେ୍ର୍ଦଶକ ରଜତ ମାନସିଂହ, ଉପନିଦେ୍ର୍ଦଶକ, ଉଚ୍ଚ ଶିକ୍ଷା ବିଭାଗ ସୁରେଶ ରାଉତରାୟ, ପୂର୍ବତନ ବିଧାୟକ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ଶିକ୍ଷାଗ୍ରହଣ କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଉପଦେଶ ଦେଇଥିଲେ । ସାମ୍ବତ୍ସରିକ କମିଟି ଆବାହକ ଡ. ଅନୁପ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସାହିତ୍ୟ ବିଭାଗର ଅଧ୍ୟାପକ ଡ. ତପନ ମିଶ୍ର ଓ ରାଜନୀତି ବିଜ୍ଞାନ ବିିଭାଗର ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ବିିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଅଜିତ ସୁନ୍ଦରାୟଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରରେ ଅଧ୍ୟାପକ ଡ. ବିଜୟ ଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଧ୍ୟାପକ ଡ. ଅମିତ ବିକ୍ରମ ପଟ୍ଟନାୟକ, ରଜନୀ ନାୟକ, କାର୍ତ୍ତିକ ଚନ୍ଦ୍ର ଦାସ, ପରମିତା ପ୍ରହରାଜ, ଡ. ପୁଷ୍ପାଞ୍ଜଳି ସାମଲ, ସୁଶାନ୍ତ କୁମାର ବାରିକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲା ।