ଶବର ସମାଜର କର୍ମକର୍ତ୍ତା ଚୟନ
ତାଳଚେର : ତାଳଚେର ବ୍ଲକ ହେଁସମୂଳ ଗ୍ରାମ ପଂଚାୟତ ନୂଆଗାଁ ଶବର ସାହି (ଜିଲିଣ୍ଡା) ଠାରେ ତାଳଚେର ନୀଳ ମାଧବ ଶବର ସମାଜର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣବନ୍ଧୁ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ନୂତନ ସର୍କଲ ସଭାପତି ଭାବେ ଦାସରଥି ଦେହୁରୀ, ଉପସଭାପତି ଭାବେ ମନସିଦ୍ଧ ନାୟକ, କୋଷାଧ୍ୟକ୍ଷ ଭାବେ ଲକ୍ଷ୍ମଣ ବେହେରାଙ୍କୁ ମନୋନୀତ କରାଯାଇଛି । ଆଗାମୀ ଦିନରେ ଶବର ସମାଜକୁ ସରକାରଙ୍କର ସମସ୍ତ ସୁବିଧା ଓ ସୁଯୋଗ କିପରି ମିଳି ପାରିବ, ସମାଜର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସରକାରଙ୍କ ଠାରେ ଦାବୀ ଜଣାଇବା, ଖଣି ଖଦାନରେ ବେକାରୀ ଯୁବକ ଯୁବତୀଙ୍କୁ କିପରି ନିଯୁକ୍ତି ମିଳିପାରିବ ସେ ବିଷୟରେ ଆଲୋଚନା ହୋଇଥିଲା । ଶେଷରେ ଅଖିଳ ନାହାକ ଧନ୍ୟବାଦ ପ୍ରଦାନ କରିଥିଲେ ।