ଶଳାର ତଣ୍ଟି କାଟି ହତ୍ୟା କଲା ଭିଣୋଇ
ପୁଅ ଓ ପୁତୁରାକୁ ବି ଛାଡ଼ିଲାନି; ପୁଲିସ ହେପାଜତରେ ଅଭିଯୁକ୍ତ
ଭୁବନେଶ୍ୱର,୨୪ା୧୦ : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ଗାଁରେ ଚାଞ୍ଚଲଞ । ବୁଧବାର ବିଳମ୍ବିତ ରାତିରେ ଏକ ବିଭର୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ପ୍ରତିଶୋଧ ପରାୟଣ ହୋଇ ଭିଣୋଇ ନିଜ ଶଳାର ତଣ୍ଟିକାଟି ଅତି ବିଭତ୍ସ ଭାବେ ହତ୍ୟା କରିଛି । ଏପରିକି ଶଳାକୁ ହତ୍ୟା କରୁଥିବା ବେଳେ ଅଭିଯୁକ୍ତ ଭିଣୋଇକୁ ଅଟକାଇବାକୁ ତାଙ୍କ ପୁଅ ଓ ପୁତୁରା ଚେଷ୍ଟା କରିଥିଲେ ମଧ୍ୟ ରକ୍ତମୁଖା ହୋଇଥିବା ଭିଣୋଇ ଆକ୍ରମଣରେ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି । ଖବର ପାଇ ଚନ୍ଦକା ଥାନା ପୁଲିସ ଗାଁରେ ପହଞ୍ଚି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଭିଣୋଇଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି । ଅନ୍ୟପଟେ ଗୁରୁବାର ଦିନ ସକାଳୁ ସାଇଣ୍ଟିଫିକ୍ ଟିମର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା ଓ ହତ୍ୟାରେ ବ୍ୟବହୃତ ହୋଇଥିବା ଭୁଜାଲିକୁ ଜବତ କରିଛନ୍ତି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ପାରିବାରିକ କଳହ ହିଁ ଏହି ଅଘଟଣର ମୁଖ୍ୟ କାରଣ ବୋଲି ଜଣାପଡ଼ିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ମେଣ୍ଢାଶାଳ ଗାଁର ପ୍ରଶାନ୍ତ ବିଶ୍ୱାଳ (୫୫) ଓ ହତ୍ୟାକାରୀ ଜଣଙ୍କ ହେଉଛନ୍ତି ପ୍ରଶାନ୍ତଙ୍କ ନିଜ ଭିଣୋଇ ଲକ୍ଷ୍ମୀଧର ଦାସ (୫୯) ବୋଲି ଜଣାପଡ଼ିଛି । ଲକ୍ଷ୍ମୀଧର ରେଳବାଇରେ ଚାକିରୀ କରୁଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ବେଶ କିଛିଦିନ ରାଜ୍ୟ ବାହାରେ ରହିବା ପରେ ଗତ କିଛିଦିନ ତଳେ ଅଭିଯୁକ୍ତ ଲକ୍ଷ୍ମୀଧର ମେଣ୍ଢାଶାଳ ସ୍ଥିତ ନିଜ ଘରକୁ ଫେରିଥିଲେ । ତେବେ ଲକ୍ଷ୍ମୀଧର ବାହାରେ ରହୁଥିବାରୁ ଶଳା ପ୍ରଶାନ୍ତ ତାଙ୍କ ଘରର ସମସ୍ତ ଭଲମନ୍ଦ କଥା ବୁଝିଥାନ୍ତି । ଲକ୍ଷ୍ମୀଧର ଅଧିକାଂଶ ସମୟରେ ନିଶାସକ୍ତ ହୋଇ ପ୍ରଶାନ୍ତଙ୍କ ଭଉଣୀଙ୍କୁ ମାଡ଼ଧର କରୁଥିବାରୁ ଏହାକୁ ନେଇ ଉଭୟ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହୁଥିଲା । ଅନ୍ୟଦିନ ପରି ବୁଧବାର ମଧ୍ୟ ଲକ୍ଷ୍ମୀଧର ସନ୍ଧ୍ୟାରେ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଏହାକୁ ନେଇ ପୁଣିଥରେ ଶଳା ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରବର୍ତ୍ତୀ ସମୟରେ ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଭିଣୋଇ ଲକ୍ଷ୍ମୀଧର ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ଘରକୁ ଫେରିଥିଲେ । ଗେଟ ପାଖରୁ ହିଁ ସେ ଶଳା ପ୍ରଶାନ୍ତଙ୍କୁ ଖରାପ ଭାଷାରେ ଗାଲିକରି ଘରୁ ବାହାରକୁ ଡାକିଥିଲେ । ପରେ ପ୍ରଶାନ୍ତ ଘରୁ ବାହାରି ଆସିବାରୁ ଅଭିଯୁକ୍ତ ଲକ୍ଷ୍ମୀଧର ସାଙ୍ଗରେ ନେଇ ଆସିଥିବା ଏକ ଧାରୁଆ ଛୁରିରେ ତାଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ । ଫଳରେ ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ପ୍ରଶାନ୍ତ ତଳେ ପଡ଼ି ଯିବାରୁ ରକ୍ତମୁଖା ସାଜିଥିବା ଲକ୍ଷ୍ମୀଧର ତାଙ୍କ ବେକକୁ ଭୁଜାଲିରେ ତାଙ୍କ ତଣ୍ଟିକୁ କାଟି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଅନ୍ୟପକ୍ଷରେ ପ୍ରଶାନ୍ତ ଅଭିଯୁକ୍ତର ଆକ୍ରମଣରେ ତଳେ ପଡ଼ି ଚିକôାର କରୁଥିବା ଦେଖି ଘର ଭିତରେ ଥିବା ତାଙ୍କ ଦୁଇ ପୁଅ ଏବଂ ଅଭିଯୁକ୍ତର ପୁଅ ମଧ୍ୟ ବାହାରି ଆସିଥିଲେ । ସେମାନେ ମଧ୍ୟ ପ୍ରଶାନ୍ତଙ୍କୁ ଆକ୍ରମଣରୁ ବର୍ତ୍ତୀ ପାରି ନଥିଲେ । ପ୍ରଶାନ୍ତ ମଧ୍ୟ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେମାନେ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ହତ୍ୟା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ଲକ୍ଷ୍ମୀଧର ଫେରାର ହୋଇଯାଇଥିଲେ । ତେବେ ରାତାରାତି ହିଁ ଡିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଚନ୍ଦକା ଥାନା ପୁଲିସ ଛାନଭିନ୍ନ କରି ଅନ୍ୟଏକ ଗାଁରୁ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଶୁକ୍ରବାର କୋର୍ଟ ଚାଲାଣ କରାଯିବ ।