ଶଳା ଘରୁ ବୁଲିଲା କଳାକନା; ଭିଣୋଇ ସହ ୨ ଗିରଫ

ଶଳା ଘରୁ ବୁଲିଲା କଳାକନା; ଭିଣୋଇ ସହ ୨ ଗିରଫ
ଶଳା ଘରୁ ବୁଲିଲା କଳାକନା; ଭିଣୋଇ ସହ ୨ ଗିରଫ


ଭୁବନେଶ୍ୱର, ୧୩ା୧୧ : ଭଡ଼ା ଘରେ ତାଲା ପକାଇ ପରିବାର ସହ ପୈତୃକ ଘରକୁ ବୁଲିବାକୁ ଯାଇଥିବା ବେଳେ, ଏହାର ସୁଯୋଗ ନେଇ ଶଳା ଘରୁ କଳାକନା ବୁଲାଇଲା ନିଜ ଭିଣୋଇ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତ ଭିଣୋଇ ସହ ତାର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଏକ ଅଟୋ ଓ ବ୍ୟାଙ୍କରେ ବନ୍ଧା ପକାଇ ୧ ଲକ୍ଷ ୯୦ ହଜାର ଟଙ୍କାର ଲୋନ ବଣ୍ଡ୍କୁ ଜବତ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ, ମୁଖ୍ୟ ମାଷ୍ଟର ମାଇଣ୍ଡ ଭିଣୋଇ ବଟକୃଷ୍ଠ ସ୍ୱାଇଁକୁ ଓ ତାର ଜଣେ ସହଯୋଗୀ ଶଙ୍କର ମହାରଣାକୁ ପୁରୀରୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଜଣଙ୍କୁ ଏୟାରପୋର୍ଟ ଥାନା ଅଧିନ ପୋଖରୀପୁଟ କାରର୍ଗିଲ ବସ୍ତିରୁ ଗିିରଫ କରାଯାଇଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ପ୍ରମୋଦ କୁମାର ପରିଡ଼ା ପରିବାର ସହିତ ଖାରବେଳନଗର ଥାନା ଅଧିନ ଶାସ୍ତ୍ରୀନଗର ଠାରେ ଥିବା ପ୍ଲଟ୍ ନମ୍ବର- ୧୩୦୩/୩୨୬୦/୫୨୫୧ରେ ଭଡା ସୁତ୍ରରେ ରୁହନ୍ତି । ସେ ଗତ ମାସ ୩୧.୧୦.୨୦୨୪ ତାରିଖ ଦିନ ପରିବାର ସଦସ୍ୟଙ୍କ ସହ ମିଶି ନିଜ ପୈତୃକ ଗ୍ରାମକୁ ଯାଇଥିବା ବେଳେ, ଅଭିଯୁକ୍ତ ତଥା ଭିଣୋଇ ବଟକୃଷ୍ଠ ସ୍ୱାଇଁ ଓରଫ ବାଟୁଆ ତାଙ୍କର ଅନ୍ୟ ତିନି ସହଯୋଗୀଙ୍କ ସହ ମିଶି ତାଙ୍କ ଘରର ତାଲା ଭାଙ୍ଗି ଭିତରେ ପଶିବା ସହିତ ଆଲମିରାରୁ ୫ ଭରି ସୁନା, ୩୦୦ ଗ୍ରାମ ରୂପା ଅଳଙ୍କାର ଚୋରିକରି ନେଇଯାଇଥିଲେ ।  ଅଭିଯୋଗକାରୀ ଓ ପରିବାର ସଦସ୍ୟ ଗତ ୨ ତାରିଖ ଦିନ ଗ୍ରାମରୁ ଫେରି ଦେଖିଲା ବେଳକୁ ଘରର କବାଟ ଭଙ୍ଗାଯାଇ ଆଲମିରାରୁ ସୁନା ଓ ରୂପା ଅଳଙ୍କାର ଚୋରି ହୋଇଛି । ଏନେଇ ଅଭିଯୋଗକାରୀ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ମୁଖ୍ୟ ଅଭିଯୁକ୍ତ ସହ ତାର ୨ ଜଣ ସହଯୋଗୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ସୁନା ଅଳଙ୍କାର ଓ ବ୍ୟାଙ୍କରେ ବନ୍ଧକ ରଖାଯାଇ ଟଙ୍କା ଆଣିଥିବା ବଣ୍ଡକୁ ଜବତ କରାଯାଇଛି । ପୂର୍ବରୁ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ବିକାଶ ଚନ୍ଦ୍ର ସ୍ୱାଇଁଙ୍କ ନାମରେ ପୁରୀ ଚନ୍ଦନପୁର ଥାନାରେ ଏକ ଚୋରୀ ମାମଲା ରହିଥିବା ତଦନ୍ତରୁ ଜଣାପଡ଼ିଛି ।