ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ବାରଖମା ଫାଣ୍ଡିରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ଶଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା, ବାରଖମା ଫାଣ୍ଡିରେ ହତ୍ୟା ଅଭିଯୋଗ ଆଣିଲେ ପରିବାର


କନ୍ଧମାଳ – ଶଶୁର ଘରେ ସ୍ତ୍ରୀର ଶାଢ଼ୀ ରେ ଜ୍ୱାଇଁର ଆତ୍ମହତ୍ୟା । ମୃତକ ପରିବାର ପକ୍ଷରୁ ବାରଖମା ପୋଲିସ୍ ଫାଣ୍ଡିରେ ଲିଖିତ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକେରବାଜୁ ଗ୍ରାମରେ  । ସୂଚନା ମୁତାବକ ମୃତ ବ୍ୟକ୍ତି ସିମନ୍ ଦିଗାଲ ସଲାଗୁଡ଼ ପଂଚାୟତ ହୋଇଥିବା ବେଳେ ସେ ଟିକେରବାଜୁ ଗାଁରେ ବିବାହ କରିଥିଲେ । ହେଲେ ଶିମନ୍ ଦିଗାଲ ଓ ସ୍ତ୍ରି ମଧ୍ୟରେ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ପାରିବାରିକ ଅଶାନ୍ତିକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ସିମନଙ୍କ ସ୍ତ୍ରୀ ତିନି ମାସ ହେବ ନିଜ ବାପା ଘରେ ରହି ଆସୁଥିଲେ । ହେଲେ ଗତକାଲି ସେହି ଗାଁରେ ଗୋଟିଏ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମରେ ସୀମନ ଦିଗାଲ ଯୋଗଦେଇ ସବୁ କାର୍ଯ୍ୟରେ ସହଯୋଗ ପରେ ରାତିରେ ସ୍ତ୍ରୀର ଗୋଟିଏ ଶାଢ଼ୀ ସାହାଯ୍ୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।ସୀମନଙ୍କ ପରିବାର ଆତ୍ମହତ୍ୟା ଘଟଣାକୁ ଗ୍ରହଣ କରୁ ନାହାନ୍ତି । ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ବିକାଶ କୁମାର ଜାଲି ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚକିତ୍ସାଳୟକୁ ପଠେଇ ଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା କହିଛନ୍ତି ଫାଣ୍ଡି ଅଧିକାରୀ ।