ଶହୀଦ ଦିବସ ପାଳିତ
ପୁରୀ : କୁଳମଣି ଭବନରେ ବିପ୍ଳବୀ ଭଗତ ସିଂଙ୍କ ୯୫ତମ ଶହିଦ ଦିବସ ପାଳନ କରାଯାଇଛି । ପ୍ରଗତିଶୀଳ ପାଠଚକ୍ର ପକ୍ଷରୁ ଆୟୋଜିତ ସଭାରେ ଅଧ୍ୟକ୍ଷତା କରିଥିଲେ ସଭାପତି ମଣ୍ଡଳୀର ସଦସ୍ୟ ଈଶ୍ୱର ସାହୁ, ସୁନୀଲ ମହାରଣା ଓ ନିରଞ୍ଜନ ମହାରଣା । ଏହି ଅବସରରେ ବିଶ୍ୱପି୍ରୟ କାନୁନ୍ଗୋ, ଶୁଭଶ୍ରୀ ଦାସ, ଶ୍ରୀମନ୍ତ ଦେଓ, ଈଶ୍ୱର ସାହୁ, ନିରଞ୍ଜନ ମହାରଣା, କୃଷ୍ଣଚନ୍ଦ୍ର ବେହେରା, ସୀତାକାନ୍ତ ମହାନ୍ତି, ହରପ୍ରସାଦ ଜେନା, କିଷାନ ପଟ୍ଟନାୟକ, ସୁନୀଲ ମହାରଣା, ବିଦୁଲତା ଆଚାର୍ଯ୍ୟ, ଟୁନା ନାୟକ, ସୋମନାଥ ସାହୁ ପ୍ରମୁଖ ଯୋଗଦାନ କରି ଭଗତ ସିଂଙ୍କ ସ୍ୱପ୍ନର ଭାରତକୁ ସାକାର କରିବାକୁ ହେଲେ ସମାଜର ସବୁ କ୍ଷେତ୍ରରେ ପ୍ରତିବାଦର ସ୍ୱରକୁ ସାଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ପାଦକ ସୁରେନ୍ଦ୍ର ତକସୂ ଓ ମୃଗାଙ୍ଗ ପଟ୍ଟନାୟକ ଉଦ୍ବୋଧନ ଦେଇ ପ୍ରକାଶ କରିଥିଲେ ଯେ, ସମ୍ପ୍ରତି ଦେଶର ଅର୍ଥନୈତିକ ଅବସ୍ଥା ଆଜି ସଙ୍କଟାପନ୍ନ । କର୍ପୋରେଟ ଟିକସ ବୃଦ୍ଧି ଜରୁରେ ହୋଇପଡିଥିବା ବେଳେ ସେମାନଙ୍କୁ ଟିକସ ମୁକ୍ତ କରି ସାଧାରଣ ଲୋକଙ୍କ ଉପରେ ନୂଆ ନୂଆ ଟିକସ ବୃଦ୍ଧି ଭଳି ବିପଥଗାମୀ ନିଷ୍ପତ୍ତି ଯୋଗୁଁ ଲୋକଙ୍କ ଜୀବନ ଦୁର୍ବିଶହ ହୋଇପଡୁଛି । ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଅବକ୍ଷୟମୁଖୀ ସମାଜର ସମ୍ପୂର୍ଣ୍ଣ ପରିବର୍ତ୍ତନ କରି ଏକ ସୁନ୍ଦର ସମାଜବାଦୀ ସମାଜର ସ୍ୱପ୍ନ ଦେଖିଥିବା ଶହୀଦ ଭଗତ ସିଂଙ୍କ ବିଚାରର ପ୍ରାସଙ୍ଗିକତା ଆଦି ସୂର୍ଯ୍ୟଭଳି ତେଜିୟାନ ହୋଇଉଠିଛି ବୋଲି ମତବ୍ୟକ୍ତ କରିଥିଲେ ।