ଶାରଳାଙ୍କ ପୀଠରେ ଜଗନ୍ନାଥ ମହୋତ୍ସବ 

ତିର୍ତ୍ତୋଲ : ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ଶ୍ରୀ ଜଗନ୍ନାଥ ମହୋତ୍ସବ ପଞ୍ଚରାତ୍ର ବଡ ଠାକୁର ମହାପ୍ରଭୁ ଜଗନ୍ନାଥଙ୍କ ରାଜା ଗଜପତି ମହାରାଜ ଦିବ୍ୟ ସିଂହ ଦେବ ମୁଖ୍ୟଅତିଥି ଭାବେ ଯୋଗଦେଇ ମା ଶାରଳାଙ୍କୁ ଦର୍ଶନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନାଉଗାଁ ତିହୁଡା ଗୁରୁକୃପା କୁଟୀର ଜାଗୁଳାଇ ଆଶ୍ରମ ଅଧ୍ୟକ୍ଷ ତଥା ଜଗନ୍ନାଥ ସଂସ୍କୃତି ରାଷ୍ଟ୍ରୀୟ ପ୍ରବକ୍ତା ବାବା ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଅଧ୍ୟକ୍ଷତାରେ ଏହି ମହୋତ୍ସବରେ ବଡ ଠାକୁରଙ୍କ ଚଳନ୍ତି ପ୍ରତିମା ଗଜପତି ମହାରାଜ ଦିବ୍ୟସିଂହ ଦେବ ମହାପ୍ରଭୁ ବଡ ଠାକୁର ଭଉଣୀ ସୁଭଦ୍ରା ଓ ଜଗନ୍ନାଥଙ୍କୁ ଦୀପ ଧୂପରେ ବନ୍ଦନା କରି ଉଦ୍ଘାଟନ କରିଥିଲେ । ଜଗନ୍ନାଥ ମହୋତ୍ସବ କମିଟି ସଭାପତି ପୂର୍ବତନ ଇଂ. ବିଷ୍ଣୁ ଚରଣ ସ୍ୱାଇଁ ସ୍ୱାଗତ ବନ୍ଦନା କରିଥିଲେ । ଏହି ଉପଲକ୍ଷେ ମହାପ୍ରଭୁଙ୍କ ୨୪ ବେଶ ଓ ୫୬ ଭୋଗ ପଦର୍ଶନ କରାଯାଇଥିଲା । ଶାରଳା ଠାକୁରାଣୀଙ୍କର ବଡ ପଣ୍ଡା ରଞ୍ଜନ ପଣ୍ଡା ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କୁ ପୁଷ୍ପ, ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ଏହି ମହୋତ୍ସବ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।