ଶାସନ ସଚିବ ସଞ୍ଜିବ କୁମାର ଗଞ୍ଜାମ ଗସ୍ତ


ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି  ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ତଦାରଖ କରିଛନ୍ତି । ପ୍ରଥମେ ଖଲ୍ଲିକୋଟ ବ୍ଲକ୍ ସ୍ଥିତ ଲଙ୍ଗେଳେଶ୍ୱର ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଣିନାଗେଶ୍ୱର ସିଲେଇ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କର ସଭାପତି, ସଂପାଦକ ଓ ସଭ୍ୟ ମାନଙ୍କ ସହିତ ଆଲୋଚନା କରି ଚଳିତ ବର୍ଷ ୨୫ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ହେତୁ ଖୁସି ପ୍ରକାଶ କରି ସେମାନଙ୍କୁ ଉସôାହିତ କରିଥିଲେ । ସେମାନେ କିଭଳି ଆହୁରି ଅଧିକ ବ୍ୟବସାୟ କରିପାରିବେ ସେଥି ନିମନ୍ତେ ଆଲୋଚନା କରି ସମସ୍ତ ଦିଗରେ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ପରେ  ଖଲ୍ଲିକୋଟ ସ୍ଥିତ ଆର୍ଟ କଲେଜ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ କିପରି କରାଯିବ ଏବଂ ପ୍ରାଥମିକତା  ଭିତ୍ତିରେ ଯାହା ସବୁ ଆବଶ୍ୟକତା ରହିଛି ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ । ଗଞ୍ଜାମ ବ୍ଲକ୍ ଅଧିନସ୍ଥ ରାମଗଡ ଅର୍କିଡ୍ ଫୁଲଚାଷ ସ୍ଥଳ ପରିଦର୍ଶନ କରି ମହିଳା ମାନଙ୍କୁ ନେଇ ଉନ୍ନତମାନର କାର୍ଯ୍ୟ ହୋଇଥିବା ଯୋଗୁଁ  ଖୁସି ପ୍ରକଟ କରିଥିଲେ । କିଆ ଫୁଲରୁ କିଭଳି ଅତର ପ୍ରସ୍ତୁତ ହେଉଛି ତାହାର ପଦ୍ଧତି ପଚାରି ବୁଝିଥିଲେ । ଛତ୍ରପୁର ବ୍ଲକ୍ ଅଧିନସ୍ଥ ଚମାଖଣ୍ଡି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଗ୍ରାମ୍ୟ ଶିଳ୍ପ ପାର୍କ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ସ୍ଥିତ ଆହାର କେନ୍ଦ୍ର ଓ ମିଶନ ଶକ୍ତି କେଫ୍, ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ପୁକୁଡି ବନ୍ଧ, ଭାବି ନାରାୟଣପୁର ଅନ୍ବେଷା ଛାତ୍ର ଓ ଛାତ୍ରୀ ଆବାସ, କନିଷି ସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଆବାସିକ ଛାତ୍ରାବାସ ଏବଂ ମନ୍ତ୍ରିଡି ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରି ଯୋଜନା ଗୁଡିକର କାର୍ଯ୍ୟକାରିତା କିଭଳି ଚାଲିଛି ଏବଂ ଜନ ସାଧାରଣ ଉକ୍ତ ଯୋଜନା ଦ୍ୱାରା କିଭଳି ଉପକୃତ ହେଉଛନ୍ତି ତାହା ସଂପୃକ୍ତ ଅଧିକାରୀ, କର୍ମଚାରୀ ତଥା ସଭ୍ୟ ସଭ୍ୟା ମାନଙ୍କୁ ପଚାରି ବୁଝିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତଗୀର, ସମସ୍ତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।