ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦ୍ୟାପିତ
ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଳକ ଅନ୍ତର୍ଗତ ଚିଙ୍ଗୁଡିପୁର ଆଞ୍ଚଳିକ ସ୍ୱାମୀ ବିବେକାନନ୍ଦ ଗୁରୁକୂଳ ଆଶ୍ରମ ପରିସରରେ ଭାରତୀୟ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଭଦ୍ରକ ଜୋନସ୍ତରୀୟ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଶିବିର ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ବିଜେଗଙ୍ଗାଧରପୁର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସମ୍ପାଦକ ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ ଶିକ୍ଷା ପରିଷଦ ସମ୍ପାଦକ ରବିନାରାୟଣ ଜେନା ମୁଖ୍ୟଅତିଥି, ଟ୍ରଷ୍ଟି ବାବାଜି କୁମାର, ରାଜକିଶୋର ଓ ବିଚିତ୍ରାନନ୍ଦ ଯେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିଥିଲେ । ଦୋଳସାହି ପ୍ରଧାନଚାର୍ଯ୍ୟ ଜ୍ଞାନରଞ୍ଜନ ମିଶ୍ର ଅତିଥି ପରିଚୟ ପ୍ରଦାନ ଓ ଚିଙ୍ଗୁଡିପୁର ସମ୍ପାଦିକା ସ୍ମିତାରେଖା ପାତ୍ର ବେଦପାଠ ଓ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଜୋନର ୧୦ଟି ଶିକ୍ଷାକେନ୍ଦ୍ରରେ ଶିକ୍ଷାଦାନ କରୁଥିବା ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ଗଦାଧର ବାରିକ, ଅଶୋକ ନାୟକ, ପ୍ରଭାତ କୁମାର ଖିଲାର, ମାନସ କୁମାର ପାଢୀ, ଯୋଗ ଶିକ୍ଷକ ନିତ୍ୟାନନ୍ଦ ରାଉତ, କ୍ରୀଡା ଶିକ୍ଷକ ମାନସ କୁମାର ସାହୁ, ଗଣିତ ଶିକ୍ଷକ ଜୟଦେବ ସେନାପତି ଓ ଇଂରାଜୀ ଶିକ୍ଷକ ପ୍ରଭାତ କୁମାର ଖିଲାର ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଚିଙ୍ଗୁଡିପୁର ଗୁରୁକୂଳ ଆଶ୍ରମ ପ୍ରତିଷ୍ଠାତା ପ୍ରଫୁଲ୍ଲ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉସôବରେ ବାଲିଖଣ୍ଡ ମହାବିଦ୍ୟାଳୟ ଅଧ୍ୟାପକ ନିରୋଦ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ।