ଶିବ ଓ ନବଗ୍ରହ
ପ୍ରତ୍ୟେକ ଧର୍ମ ଭଳି ଆମ ହିନ୍ଦୁଧର୍ମରେ ଭଗବାନଙ୍କୁ ଏକ ନିର୍ଦ୍ଦିଷ୍ଟ ତତ୍ତ୍ୱରେ ବିଶ୍ଲେଷଣ କରାଯାଇଛି । ସୃଷ୍ଟିର ଆରମ୍ଭ, ବିକାଶ ଏବଂ ବିଲୟ ଏହି ତିନିକାର୍ଯ୍ୟକୁ ଯିଏ ସମ୍ପାଦନ କରେ ସିଏ ହେଉଛନ୍ତି ଭଗବାନ । ଆମ ହିନ୍ଦୁଧର୍ମ ବିଶ୍ୱାସ କରେ ଏହି ତିନି କାର୍ଯ୍ୟକୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ବା ଶିବ ସମ୍ପାଦନ କରିଥାନ୍ତି । ବ୍ରହ୍ମା ସୃଷ୍ଟିର ସର୍ଜନା କରନ୍ତି, ବିଷ୍ଣୁ ସୃଷ୍ଟିର ପାଳନ କରୁଥିବା ବେଳେ ଶିବ ସଂହାରକର୍ତ୍ତା ଭାବରେ କାର୍ଯ୍ୟ ନିର୍ବାହ କରିଥାନ୍ତି । ଅନ୍ୟ ଦୃଷ୍ଟିରୁ ବିଚାର କରିବାକୁ ଗଲେ ସୃଷ୍ଟିକୁ ସନ୍ତୁଳିତ ରଖିବା ପାଇଁ ଯେଉଁ କାର୍ଯ୍ୟ ନିର୍ବାହ କରାଯାଏ, ତାହାକୁ ଶିବ ସଂହାର କର୍ତ୍ତା ଭାବେ ତୁଲାଇ ଥାନ୍ତି । ଶିବ ପ୍ରକୃତିର ଅନ୍ୟ ଏକ ସ୍ୱରୂପ । ଯାହାଙ୍କର ଶରୀରରେ ପ୍ରକୃତିର ସମସ୍ତ ପ୍ରକାର ଉପାଦାନ ଶୋଭିତ । ଶିବଙ୍କୁ ଆରାଧନା, ପୂଜାର୍ଚ୍ଚନା ବା ଭକ୍ତି ମାଧ୍ୟମରେ ବ୍ୟକ୍ତି ନବଗ୍ରହଙ୍କର ଆଶୀର୍ବାଦ ପ୍ରାପ୍ତି କରି ସକଳ ବିପଦ ଓ ସଙ୍କଟକୁ ଟାଳି ଏକ ସ୍ୱଚ୍ଛ, ସୁନ୍ଦର ଜୀବନଯାପନ କରେ । ଶିବଙ୍କୁ ନବଗ୍ରହଙ୍କ ଏକ ପରଶମଣି କହିଲେ ଅତୁ୍ୟକ୍ତି ହେବନାହିଁ । ଶିବଙ୍କୁ ଭକ୍ତିଭାବରେ ସମ୍ପୂର୍ଣ୍ଣ ସମର୍ପଣ କରିଗଲେ ଜଡ଼ପିଣ୍ଡ ବି ଏକ ଜୀବନ୍ତ ଦୀପ୍ତିମନ୍ତ ଶକ୍ତିଶାଳୀ ସଜୀବ କୋଷରେ ପରିଣତ ହୁଏ । ଶିବ ହିଁ କେବଳ ମୃତୁ୍ୟ ଉପରେ ବିଜୟ ହାସଲ କରିପାରିଥିବାରୁ ଶିବଙ୍କୁ ମହାମୃତୁ୍ୟଞ୍ଜୟୀ କୁହାଯାଏ ।
ଅଜୟ କୁମାର ବେହେରା
ମୋ: ୯୪୩୭୦୩୧୨୫୩