ଶିଶୁମନ୍ଦିରରେ ଜ୍ଞାନବିଜ୍ଞାନ ମେଳା 

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ପୈାରାଞ୍ଚଳ ଅନ୍ତର୍ଗତ ସାନ୍ତସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ଏବଂ ରବିବାର ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୨୫୦ ଜଣ ଛାତ୍ରଛାତ୍ରୀ, ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ, ପ୍ରଶ୍ନମଞ୍ଚ, ପତ୍ରବାଚନ ଆଦି ବିଭାଗରେ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହିମାଂଶୁ ଶେଖର ଦାଶ ଓ ସଭାପତି ଗିରୀଶ ଚନ୍ଦ୍ର କରଙ୍କ ଉପସ୍ଥିତିରେ ଉତ୍ତର ପୂର୍ବ ସମ୍ଭାଗର ସଭାପତି ଶିବ ନାରାୟଣ ସିଂ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମାରୋପ ଉସôବରେ ଶିକ୍ଷା ବିକାଶ ସମିତିର ପୂର୍ବ ପ୍ରାନ୍ତ ନିରିକ୍ଷକ ପ୍ରସନ୍ନ ବିଶ୍ୱାଳଙ୍କ ସହ ଜିଲ୍ଲା ସହ ପ୍ରମୁଖ ଦିନେଶ ଦେବନାଥ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କେନ୍ଦ୍ରାପଡ଼ା ବିଭାଗର ବିଭାଗ ନିରିକ୍ଷକ ଡ. ଲକ୍ଷ୍ମଣ ମହାନ୍ତ ବୃତ୍ତ କଥନ କରିବା ସହ ପରିଚାଳନା ଦାୟିତ୍ୱରେ ଥିବା ପରିଚାଳକ ମାନଙ୍କ ସହଯୋଗରେ ମେଳା ଅନୁଷ୍ଠିତ ହୋଇଥିଲା ।