ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ

 ଆନନ୍ଦପୁର:  ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଆନନ୍ଦପୁର ଥାନାର ମୋ ପୁଲିସ ସମିତି ଦ୍ୱାରା ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ବଣ୍ଟନ କରାଯାଇଛି  । ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦର କାର୍ଯ୍ୟାଳୟଠାରେ ଆନନ୍ଦପୁର ଥାନାର ପଦାଧିକାରୀମାନେ ଉପସ୍ଥିତ ରହି ପୌରପାଳିକା  ଅନ୍ତର୍ଗତ ଶତାଧିକ ବରିଷ୍ଠ ନାଗରିକମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ  । ବରିଷ୍ଠ ନାଗରିକ ପରିଷଦର ସଭାପତି ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆନନ୍ଦପୁର ଥାନାର ସବ୍ଇନ୍ସପେକ୍ଟର ଜନ ପଟ୍ଟନାୟକ, ଯଶୋଦା ବେହେରା, ଏଏସଆଇ ନାରାୟଣ ପ୍ରସାଦ ମହାପାତ୍ର, ରାଇଟର ପ୍ରତିମା ପ୍ରଭା ସାହୁ ଓ ପୂର୍ଣ୍ଣିମା ମହାନ୍ତି, ଚିନ୍ମୟ ସାହୁ, ଲିପୁନ ନାଥ ପ୍ରମୁଖ କର୍ମଚାରୀମାନେ ଯୋଗଦେଇ ସଭା ପରିଚାଳନା କରିଥିଲେ  । ପରିଷଦର କାର୍ଯ୍ୟକାରୀ ସଭାପତି ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମାଜରେ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ପୁଲିସ ଦ୍ୱାରା ତାହାର ସମାଧାନ ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା  । ପରିଷଦର ବରିଷ୍ଠ ସଦସ୍ୟ ରଘୁନାଥ ପଣ୍ଡିତ, ବିନୋଦ ମିଶ୍ର, କୀର୍ତ୍ତନ ସାହୁ, ବିପିନ ମିଶ୍ର, ସାବିତ୍ରୀ ଦାସ, ସବିତା ଦାସ, କୈଳାଶ ନାହାକ, ମୁରଲୀଧର ମିଶ୍ର, ଗଗନ ସିଂ, ସୁଦର୍ଶନ ବଳ, ପିତାମ୍ବର ବିଶ୍ୱାଳ, ରବି ଚାନ୍ଦ, ନଗେନ ଚାନ୍ଦ, ବିନୋଦ ବିହାରୀ ଦାସ, କିଶୋର ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ  ।