ଶିଶୁମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ
ଦାନଗଦୀ : ସରସ୍ୱତୀ ଶିଶୁ ମନ୍ଦିର ସୋଲେଇରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି । ମାତୃ ଭାରତୀ ସଂଯୋଜିକା ଗୀତାଞ୍ଜଳି ସାମନ୍ତରାୟ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବ ଆରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିବା ସହ ଆଜିର ଦିବସର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ମନମୋହନ ଆଏଚ, ସଭାପତି ସୁବାଷ ଚନ୍ଦ୍ର ବଳସାମନ୍ତ, ଯୁଗ୍ମ ସମ୍ପାଦକ ଅରୁଣ କୁମାର ମହାରଣା, ସହ ସଭାପତି ମହେଶ୍ୱର ଦାସ ପ୍ରମୁଖ ଶିଶୁ ମାନଙ୍କୁ ଆଜିର ଦିବସର ଗାରିମା ବିଷୟରେ ଅବଗତ କରାଇ ଥିଲେ । ଶିଶୁ ମାନଙ୍କୁ ଚାରୋଟି ଝାଙ୍କି କରାଯାଇ ଦାନଗଦୀ ବଜାର, ଫାଣ୍ଡି, ଦମକଳ କେନ୍ଦ୍ର, ମେଡିକାଲ, ତହସିଲ ଅଫିସକୁ ବୁଲି ବୁଲି ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ । ବରିଷ୍ଠ ଆଚାର୍ଯ୍ୟା ମନୋରମା ସାହୁ ଅତିଥି, ଶିଶୁ ମାନଙ୍କୁ ମିଷ୍ଟାନ ଖୁଆଇ ଥିଲେ । ସମସ୍ତ ଗୁରୁମା ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର ହୋଇପାରିଥିଲା