ଶିଶୁ କଲ୍ୟାଣ କମିଟିରେ ଜିଲ୍ଲାସ୍ତରୀୟ ନିଯୁକ୍ତି ଦାବି
ନବରଙ୍ଗପୁର : ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅଧିନରେ କାର୍ଯ୍ୟରତ ଶିଶୁ କଲ୍ୟାଣ କମିଟିରେ ଆଗାମୀ ୩ ବର୍ଷ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ନିଯୁକ୍ତ ହେବେ । ନବରଙ୍ଗପୁର ଜିଲ୍ଲାର ଆବେଦନକାରୀମାନେ ନିଯୁକ୍ତି ନିୟମ ଅନୁଯାୟୀ ଶିକ୍ଷିତ ଓ ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ ଅଭିଜ୍ଞତା ସମ୍ପନ୍ନ ଥିଲେ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଆବେଦନକାରୀଙ୍କୁ ପୂର୍ବରୁ ଏହି ପଦବୀରେ ଅବସ୍ଥାପିତ କରାଯାଇଛି, ସେମାନେ ଅନେକ ସମୟରେ ଏହି ସରକାରୀ ଅନୁଷ୍ଠାନରେ ଉପସ୍ଥିତ ରହୁନାହାନ୍ତି ଓ ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରୁନାହାନ୍ତି, ତଥାପି ସରକାରୀ ଦରମା ପାଉଛନ୍ତି । ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କ ଯନô ଓ ସୁରକ୍ଷା) ଅଧିନିୟମ, ୨୦୦୦ର ଧାରା ୨୯ ଅନୁଯାୟୀ ଏବଂ ୨୦୦୬ (ସଂଶୋଧନ) ନିୟମ, ଜୁଭେନାଇଲ୍ ଜଷ୍ଟିସ୍ (ଶିଶୁମାନଙ୍କର ଯନô ଏବଂ ସୁରକ୍ଷା) ଓଡ଼ିଶା ନିୟମ, ୨୦୦୨ର ନିୟମ ୨୪ ଓ ୨୦୦୯ (ସଂଶୋଧନ) ନିୟମ ଅନୁଯାୟୀ ଯନô ଏବଂ ସୁରକ୍ଷା ଆବଶ୍ୟକ କରୁଥିବା ପିଲାମାନଙ୍କ ସଂପର୍କରେ ଏପରି କମିଟି ଉପରେ ଦିଆଯାଇଥିବା ଦାୟିତ୍ୱ ତୁଲାଇବା ପାଇଁ ସମୟ ସମୟରେ ଜିଲ୍ଲାମାନଙ୍କରେ ଶିଶୁ କଲ୍ୟାଣ କମିଟି ଗଠନ ହୋଇଥାଏ । କିନ୍ତୁ ନବରଙ୍ଗପୁର ଜିଲ୍ଲାର ଯୋଗ୍ୟ ଆବେଦନକାରୀଙ୍କୁ ନିଯୁକ୍ତି ଦିଆନଯାଇ ବାହାର ଜିଲ୍ଲାର ଲୋକଙ୍କୁ ନିଯୁକ୍ତି ଦିଆଯାଉଥିବା ଯୋଗୁଁ ଜିଲ୍ଲାର ଶିଶୁ କଲ୍ୟାଣ ଓ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି ଅନୁଷ୍ଠାନର ଉଦେ୍ଦଶ୍ୟ ବିଫଳ ହେଉଥିବା ସ୍ମାରକପତ୍ରରେ ଦର୍ଶାଯାଇଛି । ଗୋଟିଏ ଅଧ୍ୟକ୍ଷ ଓ ୪ଟି ସଦସ୍ୟ ପଦବୀରେ ଆଗାମୀ ନିଯୁକ୍ତି ପାଇଁ ସମୁଦାୟ ୨୭ ଜଣ ଆବେଦନକାରୀଙ୍କ ମଧ୍ୟରୁ କଟକ ଜିଲ୍ଲାର ୨ଜଣ, ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, କନ୍ଧମାଳ ଜିଲ୍ଲାର ଜଣେ ଲେଖାଏଁ ଓ କୋରାପୁଟ ଜିଲ୍ଲାର ୩ ଜଣ ଆବେଦନ କରିଛନ୍ତି ଏବଂ ନବରଙ୍ଗପୁର ଜିଲ୍ଲାର ୧୮ଜଣ ଏଥିପାଇଁ ଆବେଦନ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ "ମଣ୍ଡେଇ’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବା ପାଇଁ ଘୋଷଣା କରିଥିଲେ । ଏହି ନିଯୁକ୍ତି କ୍ଷେତ୍ରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ଦେବା ପାଇଁ ଉକ୍ତ ସ୍ମାରକପତ୍ରରେ ଅନୁରୋଧ କରାଯାଇଛି । ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏ ସମ୍ବନ୍ଧରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କୁ ଅବଗତ କରାଯାଇଛି । ସାଂସଦ ବଳଭଦ୍ର ମାଝୀ, ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ନାଗରିକ କମିଟିର ସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ ରାମ ପ୍ରସାଦ ପାତ୍ର, ସହକାରୀ ଆବାହକ ପ୍ରଦୀପ କୁମାର ସାହୁ, ସ୍ୱର୍ଣ୍ଣ ଲତା ପଟ୍ଟନାୟକ, ଆଇନଜୀବୀ କିଶୋରୀ ପଟ୍ଟନାୟକ, ଶ୍ରୀନିବାସ ପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କ ସହିତ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ ।