ଶିଶୁ ଚାଲାଣ:୧୨ ନାବାଳକ ଉଦ୍ଧାର
ଜଟଣୀ : ନାବାଳକ ଶିଶୁ ଶ୍ରମିକ ଭାବେ ନିୟୋଜିତ କରିବା ପାଇଁ ଚାଲାଣ ହେଉଥିବା ୧୨ ଜଣ ପିଲାଙ୍କୁ ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ମଙ୍ଗଳବାର ଖୋର୍ଦ୍ଧା ରୋଡରେଳ ଷ୍ଟେସନରୁ ଉଦ୍ଧାର କରାଯାଇଛି । ସଂଗଠନର ମୁଖ୍ୟ ଡ. ବେଣୁଧର ସେନାପତି ଗତକାଲି ବିଶେଷ ସୂତ୍ର ଖବର ପାଇଥିଲେ ବିହାର ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ନାବାଳକ ମୁଜ୍ଜାଫରପୁର ରୁ ୟଶବନ୍ତପୁର ଯାଉଥିବା ୧୫୨୨୮ ଏକ୍ସପ୍ରେସ ଟ୍ରେନ୍ ଯାଉଛନ୍ତି ବୋଲି । ଏଇ ନେଇ ସେ ଭୁବନେଶ୍ୱର ଆରପିଏଫ ଓ ଜିଆରପିର ନଜରକୁ ଆଣି ସହଯୋଗ ମାଗିଥିଲେ । ଯୋଜନା ପ୍ରସ୍ତୁତ ଅନୁଯାୟୀ ମଙ୍ଗଳବାର ସକାଳୁ ଟ୍ରେନରେ ସେମାନଙ୍କ ଟିମ୍ ଭୁବନେଶ୍ୱରରୁ ପିଛାକରି ଖୋର୍ଦ୍ଧାରୋଡ ଷ୍ଟେସନରେ ଗାଡ଼ି ଲାଗିବା କ୍ଷଣି ରୂଚିକାର ଆକ୍ସେସ ଟୁ ଜଷ୍ଟିସ ପ୍ରକଳ୍ପ କର୍ମକର୍ତ୍ତା, ଚାଇଲ୍ଡ ହେଲ୍ପ ଲାଇନ ଓ ରେଲୱେ ପୋଲିସର ଏକ ମିଳିତ ଟିମ୍ ନାବାଳକମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ଏହି ୧୨ ଜଣ ନାବାଳକ ବିହାର ବିଭିନ୍ନ ଜିଲ୍ଲା ଆସିଥିବା ବେଳେ ବାଙ୍ଗାଲୋରକୁ ଶ୍ରମିକ କାର୍ଯ୍ୟରେ ନିୟୋଜିତ ହେବା ପାଇଁ ତିନୋଟି ବଗିରେ ଯାଉଥିଲେ । ସମସ୍ତ ନାବାଳକମାନଙ୍କୁ ଖୋର୍ଦ୍ଧା ଶିଶୁମଙ୍ଗଳ ବିଭାଗରେ ପୁଟ ଅଫ କରାଯିବ ବୋଲି ଋଚିକା ସମାଜ ମଙ୍ଗଳ ସଂଗଠନର କାର୍ଯ ନିର୍ବାହୀ ଅଧିକାରୀ ହରପ୍ରିୟା ପତି କହିଛନ୍ତି ।