ଶିଶୁ ବାଟିକା ପ୍ରସ୍ତୁତି
ଖଡ଼ିଆଳ : ନୂଆପଡା ଜିଲ୍ଲା ଖଡ଼ିଆଳ ବିଆରସିସି ହଲ ପରିସରରେ ପାଞ୍ଚ ଦିନିଆ ଶିଶୁ ବାଟିକା ପ୍ରସ୍ତୁତି ତାଲିମ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଜୟଦେବ ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପରେଶ କୁମାର ପଣ୍ଡା ଯୋଗଦାନ କରି ଶିଶୁ ବାଟିକା ପ୍ରସ୍ତୁତି ମୋଡୁଲ ଉପରେ ଶିକ୍ଷକ ଶିକ୍ଷୟିତ୍ରୀ ମାବଙ୍କ ତାଲିମ ଗ୍ରହଣ କରି ବିଦ୍ୟାଳୟରେ ଶିଶୁଙ୍କୁ ଉପଯୋଗ କରିବା ପାଇଁ ଉପଦେଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଉକ୍ତ ତାଲିମ ଶିବିରର ଦାୟିତ୍ୱ କୋରଟିପଦର ସିଆରସିସି ଖଗେଶ୍ୱର ବାଗ ଦାୟିତ୍ୱ ସମ୍ପାଦନା କରିଥିଲେ । ଏହି ପାଞ୍ଚ ଦିନିଆ ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ଆଶ୍ଚରଜ୍ୟା ବେହେରା, ସଂଗ୍ରାମ କେଶରୀ ଦାଶ, ଅରୁଣ କୁମାର ନାଗ ଦାୟିତ୍ୱ ସମ୍ପାଦନା କରିଥିଲେ ।