ପରିବେଶ ସୁରକ୍ଷା ଆଲୋଚନାଚକ୍ର 

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସୋହମ ତରଫରୁପରିବେଶ ସୁରକ୍ଷା ଉପରେ ଆଲୋଚନାଚକ୍ର ଓ କବିତା ପାଠୋସôବ ଅନୁଷ୍ଠିତ ହୋଇଯାଇଛି । ପରିବେଶବିତ ତଥା କବି ଡ.ମନୋରଞ୍ଜନ ଦାଶଙ୍କ ପୌରହିତ୍ୟରେ  ଆୟୋଜିତ ସଭାରେ ପ୍ରାବନ୍ଧିକ ଓ ପରିବେଶବିତ ଅଧ୍ୟାପକ ଡ଼.ନୀଳମଣି ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ଭଲ ରହିଲେ ଆମେ ଭଲ ରହିବା ଏବଂ ପ୍ରତ୍ୟେକଙ୍କର ପରିବେଶକୁ ସଜାଡିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ  । ସମ୍ମାନିତ ଅତିଥି ଭାବେ ପରିବେଶବିତ ରମେଶ ଚନ୍ଦ୍ର ମାଝି ଓ କବି ଗୈାରହରି ବିଶ୍ୱାଳ ଯୋଗଦେଇ ଗଛ ଆମର ଜୀବନ ବୋଲି ମତବ୍ୟକ୍ତ କରିଥିଲେ  । ପରିବେଶ ଭିତ୍ତିକ ଏକ ମନୋଜ୍ଞକବିତା ପାଠୋସôବରେ କବି ସୁଲତାନ ପାତ୍ର, ସଂକଳ୍ପ ପଟ୍ଟନାୟକ, ବିକ୍ରମ ବେହେରା, ଅରବିନ୍ଦ ସାହୁ ଓ ଦୀପିକା ମହାନ୍ତି ପ୍ରମୁଖ ବହୁ କବି ଓ କବୟିତ୍ରୀ ସ୍ୱରଚିତ କବିତାପାଠ କରିଥିଲେ  । ଶେଷରେ ଅଭିରାମ ରାୟ ଧନ୍ୟବାଦ ଅର୍ପଣ କରିଥିଲେ  ।