ଶିଶୁ ମନ୍ଦିରରେ ଜ୍ଞାନବିଜ୍ଞାନ ମେଳା
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା ସମିତିର ସଭାନେତ୍ରୀ ଦୀପାଞ୍ଜଳୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ରାତଃ କାଳରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ଲକ୍ଷ୍ମଣ କୁମାର ଲେଙ୍କା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି ମେଳାରେ ମୋଟ ୧୭୯ଜଣ ଶିଶୁ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ୧୦୦ ଜଣ ଶିଶୁ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏଥିରେ ବିଚାରକ ଭାବେ ପଞ୍ଚାୟତ ପ୍ରହ୍ଲାଦ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ଶିଶିର କୁମାର ସାହୁ, ବଲ୍ଲଭୀଦେବୀ ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ନାୟକ ଯୋଗ ଦେଇ ପ୍ରକଳ୍ପର ମୂଲ୍ୟାୟନ କରିଥିଲେ । ବିଜ୍ଞାନ ପ୍ରମୁଖ ସୁଶ୍ରୀ ମିନାକ୍ଷୀ ସେନାପତି ସମସ୍ତ ପ୍ରକଳ୍ପ ଓ ପ୍ରଶ୍ନ ମଞ୍ଚର ତଦାରଖ କରିଥିଲେ । ଦିବା ପର୍ଯ୍ୟାୟରେ ସଂସ୍କୃତି ଜ୍ଞାନ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ ଓ ଗଣିତ ପ୍ରଶ୍ନ ମଞ୍ଚରେ ୯୫ ଜଣ ଶିଶୁ ଭାଇ ଭଉଣୀ ଭାଗ ନେଇଥିବାବେଳେ ପ୍ରକଳ୍ପରେ ୪୫ଜଣ ଅଂଶଗ୍ରହଣ କରିଥିଲେ ।