ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ବାଲିପାଟଣା : ବାଲିପାଟଣା ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ମନ୍ଦିରର ୧୮ତମ ବାର୍ଷିକୋତ୍ସବ ଅନ୍ନପୂର୍ଣ୍ଣା କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୀନ କେତନ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ଭରତ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଧାନଆଚାର୍ଯ୍ୟ ଘନଶ୍ୟାମ ଭୋଳ ଅତିଥି ପରିଚୟ ପ୍ରଦାନ ଓ ଗୁରୁ ରବି କୁମାର ଉପସ୍ଥିତଥିଲେ । ମୁଖ୍ୟଅତିଥି ଅବସରପ୍ରାପ୍ତ ଇଞ୍ଜିନିୟର ଡ. ଦୀପ୍ତି ରଞ୍ଜନ ପଣ୍ଡା, ମୁଖ୍ୟବକ୍ତା ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପିକା କମଳା ଦାସ ଯୋଗଦେଇଥିଲେ । ଏହି ଅବସରରେ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସରସ୍ୱତୀ ସମ୍ମାନରେ ସାମ୍ବାଦିକ ରମେଶ ଚନ୍ଦ୍ର ରଥ ଓ ସ୍ୱତନ୍ତ୍ର ସମ୍ମାନରେ ସ୍କୁଲ ପୁରାତନ ଛାତ୍ର ଦିଲହ୍ନ କୁମାର ଦାସ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବାର୍ଷିକ କ୍ରୀଡାରେ ସଫଳତା ହାସଲ କରିଥିବା ତଥା ବିଭିନ୍ନ ବିଭାଗରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥି ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସ୍କୁଲ ପରିଚାଳନା କମିଟି କୋଷାଧ୍ୟକ୍ଷ ବିଶ୍ୱଜିତ ମହାରଣା, ସଭ୍ୟ ଚିତ୍ତରଞ୍ଜନ ମିଶ୍ର, ରଞ୍ଜନ ଗୁରୁଜୀ, ମନୋଜ ଗୁରୁଜୀ, ରାମ ଗୁରୁଜୀ, ଇତି ଗୁରୁମା, ମିନୁ ଗୁରୁମା ସହଯୋଗ କରିଥିଲେ ।