ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର
ଆନନ୍ଦପୁର : ପବିତ୍ର ଶୀତଳଷଷ୍ଠୀରେ ଦେବ ଦେବ ମହାଦେବ ଏବଂ ମା ପାର୍ବତୀଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଆନନ୍ଦପୁରର ଆରାଧ୍ୟ ଦେବ ଦେବ ମହାଦେବ ଶ୍ରୀ ଉତରଶ୍ୱର ମହେଶଙ୍କ ବିବାହ ମାତା ପାର୍ବତୀଙ୍କ ସହିତ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଶ୍ରୀ ଶ୍ରୀ ଉତରଶ୍ୱର ମହେଶଙ୍କର ମନ୍ଦିର ଉତ୍ସବ ମୁଖର ହୋଇଉଠିଛି । ମନ୍ଦିର କମିଟି ସଭାପତି ଦିଲ୍ଲୀପ ସିଂ ଏବଂ ସମ୍ପାଦକ ଅନନ୍ତ ସିଂଙ୍କ ସଂଚାଳନରେ ୩୦ ତାରିଖ ମଙ୍ଗଳପାକ ହୋଇଥିଲା । ଆଜି କନ୍ୟା ଘର ଅର୍ଥାତ ମା ପାର୍ବତୀ ପକ୍ଷରୁ ସକାଳୁ ବରଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବରାନୁଗମନ ପ୍ରାତଃ ୬.୩୦ ମିନିଟ ଏବଂ ପାଣିଗ୍ରହଣ ୧୧.୪୫ ମିନିଟରେ ହୋଇଥିଲା । ଦେବ ଦମ୍ପତି ନଗର ଭ୍ରମଣ କରିବେ । ଚଳିତ ବର୍ଷ ବର କର୍ତ୍ତା ଏବଂ କର୍ତ୍ତୀ ଭାବେ ପ୍ରଶାନ୍ତ ମିଶ୍ର ଏବଂ ରାହାସ ରାଣୀ ମିଶ୍ର ଦାଇତ୍ୱ ନିର୍ବାହ କରିଥିବା ବେଳେ କନ୍ୟା କର୍ତା ଭାବେ ଚିନ୍ତାମଣୀ ପଣ୍ଡା ଏବଂ ଗାୟତ୍ରୀ ପଣ୍ଡା ଦାଇତ୍ୱ ନିର୍ବାହ କରିଛନ୍ତି । ସେହିପରି ଦେବ ଦମ୍ପଦିଙ୍କର ବିବାହ କାର୍ଯ୍ୟକୁ ପୁରୋହିତ ଅଶୋକ ଶତପଥୀ ଏବଂ ଅଜୟ ପଣ୍ଡା ତୁଲାଇଥିଲେ । ଶ୍ରୀଧର ମିଶ୍ର ଏବଂ ଗୟାଧର କରଙ୍କ ସମେତ ଶହଶହ ସଂଖ୍ୟାରେ ଭକ୍ତ ବେଦୀ ଚାରିପଟେ ବସି ବିବାହ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଧାୟକ ଅଭିମନୁ୍ୟ ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଦେବ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ । ମନ୍ଦିର ପୂଜକ ବିଶ୍ୱନାଥ ପଣ୍ଡା ଏବଂ ସହଯୋଗୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଉପଦେଷ୍ଟା ରାଧାବଲ୍ଲଭ ମିଶ୍ର, ଦେବରଞ୍ଜନ ସାହୁ, ରାମଚନ୍ଦ୍ର ଯେନା, ଉପସଭାପତି ଗୌରାଙ୍ଗ ନାୟକ, ସହକାରୀ ସାଧାରଣ ସମ୍ପାଦକ ବିଶ୍ୱଜିତ ରାଉତ, ସଦସ୍ୟ କୃଷ୍ଣ ରଣା, ବାବୁ ମିଶ୍ର, ଦୁଃଖବନ୍ଧୁ ମିଶ୍ର, ଲିଟୁ ପତି, ରବି ବେହେରା, ଅଜୟ ହୋତା, ଜୟନାରାୟଣ ମିଶ୍ର, ପ୍ରଭୁଦତ ପଣ୍ଡିତ, ସିକୁଲ ଦାସ ସହଯୋଗ କରିଥିଲେ ।