ଶେଷ ଶ୍ରାବଣରେ ଭକ୍ତଙ୍କ ଭିଡ଼:   ଶିବଙ୍କୁ ଜଳାଭିଷେକ କଲେ କାଉଡିଆ

 କାଳିଆପାଣି:  ଆଜିଥିଲା ପବିତ୍ର ଶ୍ରାବଣ ମାସର ଶେଷ ଦିନ । ଦୀର୍ଘ ଏକମାସ ଧରି ଶିବଙ୍କ ଭକ୍ତ ବ୍ରତପାଳନ ସହିତ ମହାଦେବଙ୍କୁ ଜଳ ଅର୍ପଣ କରିଥିଲେ । କାଳିଆପାଣି ଅଞ୍ଚଳରେ ପ୍ରତ୍ୟେକ ଶିବାଳୟ ଗୁଡିକରେ କାବଡିଆମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଚିଙ୍ଗୁଡ଼ିପାଳ ଗ୍ରାମ ପଞ୍ଚାୟତର ସୀମାନ୍ତ ଅଞ୍ଚଳରେ ଥିବା ଗୋଡ଼ିସାହି ବାବା ଲୋକନାଥ ମନ୍ଦିରରେ ଆଜି ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ବାବା ଲୋକନାଥଙ୍କ ପୀଠରେ ଦର୍ଶନ କରିବା ସହିତ ଜଳାର୍ପଣ କରିଥିଲେ ।