ଶ୍ରମିକ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ
ାା ପ୍ରଭାନୁ୍ୟଜ ।ା ବାଲେଶ୍ୱର: ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ୍ମାନଙ୍କ ମିଳିତ ମଞ୍ଚ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ୧୨ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଶ୍ରମିକ ବିରୋଧି ୪ଟି ଶ୍ରମକୋର୍ଡକୁ ବାତିଲ କରିବା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା ଓ ମାସିକ ସର୍ବନିମ୍ନ ପେନସନ୍ ୯ ହଜାର ଟଙ୍କା ପ୍ରଦାନ କରିବା, ଠିକା ଶ୍ରମିକ ବ୍ୟବସ୍ଥା ବିଲୋପ କରି ସ୍ଥାୟୀ କାମରେ ସ୍ଥାୟୀ ନିଯୁକ୍ତି, ଅତ୍ୟାବଶ୍ୟକୀୟ ପଦାର୍ଥର ଦରବୃଦ୍ଧି ବନ୍ଦ କରିବା, ସ୍କିମ୍ ୱାର୍କରମାନଙ୍କୁ ଶ୍ରମିକର ମାନ୍ୟତା, ପରିବହନ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରିବା, ମନେରେଗାରେ ବର୍ଷକୁ ଦୁଇଶହ ଦିନ କାମ, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ନିର୍ମାଣ ଶ୍ରମିକ ବୋର୍ଡ଼ର ଅଚଳ ଅବସ୍ଥା ଦୂର କରି ନିର୍ମାଣ ଶ୍ରମିକ ଓ ଅସଂଗଠିତ ଶ୍ରମିକମାନଙ୍କୁ ସହାୟତା ରାଶି ପ୍ରଦାନ କରିବା ଇପିଏଫ୍ ଅର୍ଥ ଜମା କରୁନଥିବା ମାଲିକମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ସଂବିଧାନ ଓ ନାଗରିକ ଅଧିକାର ବିରୋଧି ନୂତନ ତିନି ଅପରାଧିକ ଆଇନକୁ ବାତିଲ କରିବା, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ଖାଲିପଡ଼ିଥିବା ପଦବୀ ଗୁଡ଼ିକ ପୂରଣ କରିବା ସହ ବନ୍ଦ କଳକାରଖାନାଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପ୍ରଭୃତି ଦାବି ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଦେଶବ୍ୟାପୀ ଆନେ୍ଦାଳନ ପାଇଁ ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଟ୍ରେଡ଼୍ ୟୁନିୟନ୍ ଆସୋସିଏସନ୍ ସମନ୍ୱୟ ସମିତି (ଟିୟୁଏସିସି)ର ଆବାହକତ୍ୱରେ ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଆଇଟିୟୁ, ଟିୟୁସିସି ଓ ବିଭିନ୍ନ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଗୌରାଙ୍ଗ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ବେହେରା, ବିକାଶ ଦାସ, ବାସନ୍ତୀ ସାମଲ, ଭାଗବତ ପ୍ରତିହାରୀ, ଶ୍ୟାମସୁନ୍ଦର ଜେନା, ଶରତ ଦଳାଇ, ବିଜୟ ପାତ୍ର, ରାଜକିଶୋର ଲେଙ୍କା, ସୁଶାନ୍ତ ନାୟକ, ସର୍ବେଶ୍ୱର ମିଶ୍ର, ଲକ୍ଷ୍ମୀଧର ଗିରି, ଅକ୍ଷୟ କୁମାର ତି୍ରପାଠୀ, ଅରୁଣ ଜେନା, ବେଣୁଧର ବାରିକ, ପୂର୍ଣ୍ଣଚନ୍ଦ୍ର ପାତ୍ର, ବନ୍ଦନା ବିଶ୍ୱାସ ଓ ସୁବ୍ରତ ପ୍ରଧାନ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ ।