ଶ୍ରମ କୋଡ୍ ବାତିଲ ଦାବିରେ ମିଳିତ ଟ୍ରେଡ୍ ୟୁନିୟନର ବିକ୍ଷୋଭ
ବ୍ୟାସନଗର: ଶ୍ରମକୋର୍ଡ଼ ବାତିଲ ସହ ୧୭ଗୋଟି ଦାବିରେ ମିଳିତ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ୍ ପକ୍ଷରୁ ବ୍ୟାସନଗର ଠାରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ରୋଡ଼ ଠାରେ ଆଇଏନଟିୟୁସି, ସିଆଇଟିୟୁ, ଏଆଇୟୁଟିୟୁସି ନେତୃତ୍ୱରେ ଶ୍ରମିକ କର୍ମଚାରୀ ଶୋଭାଯାତ୍ରାରେ ଆସି ଗୋପବନ୍ଧୁ ଛକ ଠାରେ ପହଁଚିଥିଲେ । ଉକ୍ତ ସ୍ଥାନରେ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା । କେନ୍ଦ୍ର ସରକାର ଅନ୍ୟାୟ ଭାବେ ୪୪ଗୋଟି ଶ୍ରମ ଆଇନକୁ ସଂଶୋଧନ କରି ୪ଗୋଟି ଶ୍ରମ କୋଡ଼ କରିବା ସର୍ବନିମ୍ନ ମାସିକ ୨୬ହଜାର ଟଙ୍କା ମଜୁରୀ ପ୍ରଦାନ୍,୧୨ ଘଣ୍ଟା ପରିବର୍ତେ ୮ଘଣ୍ଟା ଶ୍ରମ ନିର୍ଘଣ୍ଟ ଓ ଆକାଶ ଛୁଆଁ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା ସହିତ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକୁ ଘରୋଇ କରଣ ନକରିବା ସମେତ ୧୭ଦଫା ଦାବିକୁ ନେଇ ବିକ୍ଷୋଭକୁ ଏକ ଶପଥ ଦିବସ ଭାବେ ପାଳନ କରାଯାଇଥିଲା । ସଭାରେ ଆଇଏନଟିୟୁସିର ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି, ସିଆଇଟିୟୁର ଜିଲା ସଭାପତି ପ୍ରଫୁଲ୍ଲ ନାୟକ, ଏଆଇୟୁଟିୟୁସିର ଜିଲା ସମ୍ପାଦକ ସୁରେଶ ପ୍ରଧାନ, ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡ଼ା, ନିର୍ମଳ ରଥ, ବିଜୟ ମଲ୍ଲିକ, କେକେସି ନେତା ପଦ୍ମନାଭ ନାୟକ,ରାଜକିଶୋର ମହ ତ୍ରିଲୋଚନ ରାଉତ, ମଞ୍ଜୁଲତା ପାଲ୍, ସନାତନ ମହାନ୍ତ, ଚୈତନ୍ୟ ସାହୁ, ମିନାକ୍ଷୀ ମହନ୍ତ, ସୁଢ଼ଳି ଲେଙ୍କା, ବିଦ୍ୟାଧର ଜେନା, ସୁରେଶ ସାହୁ, ମାଳତୀ ହାଂସଦା, ଲାଲ୍ମଣି ମୁଣ୍ଡା ପ୍ରମୁଖ ବିକ୍ଷୋଭ ସଭାରେ କେନ୍ଦ୍ର ସରକାରଙ୍କ ଶ୍ରମିକ କ୍ରମଚାରୀ ବିରୋଧୀ ପଦକ୍ଷେପ ଓ ନୂତନ ଶିକ୍ଷା ନୀତି ସଂଶୋଧିତ କୃଷି ଆଇନ୍ ପରିବର୍ତ୍ତନ ହୋଇଥିବା ବିଦୁ୍ୟତ୍ ନିୟାମକ ଆଇନ୍କୁ ସମାଲୋଚନା କରିଥଲେ । ଏକ ପ୍ରତିନିଧି ଦଳ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।