ଶ୍ରୀକୃଷ୍ଣ ଓ ଭକ୍ତିରସ ଶୀର୍ଷକ ଆଲୋଚନାଚକ୍ର 

 ପୁରୀ :  ଶ୍ରୀ ନୀଳାଚଳ ତତ୍ତ୍ୱସନ୍ଧାନ ପରିଷଦ ପକ୍ଷରୁ ଶ୍ରୀକୃଷ୍ଣ ଓ ଭକ୍ତିରସ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଉମେଶ ଚନ୍ଦ୍ର ଚିନ୍ନରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଲକ୍ଷ୍ମୀପ୍ରିୟା ମହାନ୍ତି ଉକ୍ତ ବିଷୟ ଆଧାରିତ ପ୍ରବନ୍ଧ ପାଠ କରିଥିଲେ । ଏହି ଆଲୋଚନାଚକ୍ରରେ ଶ୍ରୀମନ୍ଦିର ଗବେଷକ ଡ଼. ଭାସ୍କର ମିଶ୍ର, ଅଧ୍ୟାପିକା ବାସନ୍ତୀ ଦେବୀ, ଅଧିବକ୍ତା ପୂର୍ଣ୍ଣଚନ୍ଦ୍ର ଦାସ, ଡ଼. ଦେବରାଜ ପ୍ରଧାନ, ଅନାମ ଚନ୍ଦ୍ର ସାହୁ, ସୁନୀଲ ମିଶ୍ର, ଅଶୋକ କୁମାର ଆଢ୍ୟ, ଏମ୍୍. କୋଟେଶ ଚନ୍ଦ୍ର ପାତ୍ର, ନକୂଳ ଚରଣ ସ୍ୱାଇଁ, ସନ୍ଧ୍ୟାରାଣୀ ଚିନ୍ନରା, ବେଦମତୀ ମହାନ୍ତି ପ୍ରମୁଖ ଆଲୋଚକ ଭାବେ ଯୋଗଦାନ କରି ଶ୍ରୀମଦ୍ ଭାଗବତ କଥା ଅନୁସାରେ ଅନ୍ୟ ଅବତାର ଗୁଡ଼ିକ ଅଂଶାବତାର ଓ କଳାବତାର ହୋଇଥିବାବେଳେ ଶ୍ରୀକୃଷ୍ଣ ସାକ୍ଷାତ ଭଗବାନ । ସେ ପରିପୂର୍ଣ୍ଣତମ ।  ଆଧିଦୈବିକ ଶକ୍ତି ହେତୁ ବାଳ ଲୀଳା ଠାରୁ ଆରମ୍ଭ କରି ପରମଧାମ ଗମନ ପର୍ଯ୍ୟନ୍ତ ସମସ୍ତ ଲୀଳାରେ ଆଧିଦୈବ ଜଗତର ସମ୍ବନ୍ଧ ରହିଛି । ଆଧି ଭୌତିକ ଦୃଷ୍ଟିରୁ ଶ୍ରୀକୃଷ୍ଣଙ୍କ ଶରୀର ପରିପୂର୍ଣ୍ଣ । ଶ୍ରୀକୃଷ୍ଣାବତାର ସମୟରେ ଯୁଗ ଯୁଗର ଭକ୍ତମାନେ ନିଜ ନିଜର ଅଭିଳାଷା ପୂରଣ କରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିଃସୃତ ଗୀତାରେ କେବଳ ଭକ୍ତିଭାବର ନିରୂପଣ ହୋଇଛି ବୋଲି ଆଲୋଚକମାନେ ପ୍ରକାଶ କରିଥିଲେ । ଆଲୋଚନା ଚକ୍ରକୁ ପରିଷଦର ସଂପାଦକ ଡ଼. ଶ୍ରୀନିବାସ ଆଚାର୍ଯ୍ୟ ସଂଚାଳନ କରିଥିଲେ ।