ଶ୍ରୀ ଅରବିନ୍ଦ ବିଦ୍ୟାଳୟର ବାର୍ଷିକୋତ୍ସବ
ସାଲେପୁର: ସାଲେପୁର ବ୍ଲକ୍ ଅନ୍ତର୍ଗତ ଜାହାଙ୍ଗିରାବାଦ ଗ୍ରାମସ୍ଥିତ ଶ୍ରୀ ଅରବିନ୍ଦ ଇଣ୍ଟିଗ୍ରାଲ ବିଦ୍ୟାଳୟର ୧୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷା ମଂଜୁଶ୍ରୀ ପତି, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ଶାରଦା ପଣ୍ଡା, ସମ୍ମାନିତ ଅତିଥି ରୂପେ ପୂର୍ବତନ ପ୍ରଧାନଶିକ୍ଷକ ହେମନ୍ତ କୁମାର ଭୂୟାଁ ଓ ବିଶିଷ୍ଟ କବି ଚନ୍ଦ୍ରମଣି ଭୂୟାଁ ଯୋଗ ଦେଇଥିଲେ । ଟ୍ରଷ୍ଟର ଅଧ୍ୟକ୍ଷ ଅବତନ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଟ୍ରଷ୍ଟର ପ୍ରାଣ ପ୍ରତିଷ୍ଠାତା ଡଃ ଦୁର୍ଗାପ୍ରସାଦ କର ଓ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତା, ବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ପତି ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କାମାକ୍ଷା କର, ରଂଜିତା ପତି, ବିଷ୍ଣୁପ୍ରିୟା ପତି, ବିଜୟ ବାରିକ, ମଂଜୁଶ୍ରୀ ପାଣିଗ୍ରାହୀ, ମମତା ବେହେରା, ଶ୍ରୀମତୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ ।