ଶ୍ରୀ ଜଗନ୍ନାଥ କଲେଜରେ ନବାଗତଙ୍କୁ ସ୍ୱାଗତ

 ନାଉଗାଁ : ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ନାଉଗାଁରେ ଆୟୋଜିତ ହୋଇଥିବା ଏକ ବିଶେଷ କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସଭା ଅନୁଷ୍ଠିତ କରାଯାଇଥିଲା  । ଏହି ସ୍ୱାଗତମ ସଭାରେ ବିଭାଗ ମୁଖ୍ୟ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ଙ୍କ ସଭାପତିତ୍ୱରେ ଏକ ବର୍ଣ୍ଣଢ୍ୟ ଉସôବରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ବିଭୁତି ଭୂଷଣ ସ୍ୱାଇଁ ମୁଖ୍ୟ ଅତିଥି ରୂପରେ ଯୋଗ ଦେଇଥିଲେ । ତାଙ୍କ ସହିତ ଅତିଥି ଭାବେ ଏବଂ ମୁଖ୍ୟ ବକ୍ତା ଭାବେ ପୂର୍ବତନ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ଲେଙ୍କା ଉପସ୍ଥିତ ରହି ଶୃଙ୍ଖଳା କୁ ଜୀବନର ବର୍ତ୍ତୀ ରୂପରେ ପାଳନ କରିବାକୁ ଉପଦେଶ ଦେଇଥିଲେ । ସମ୍ମାନିତ ଅଥିତି ଭାବେ ପ୍ରାଧ୍ୟାପକ ଚନ୍ଦ୍ରଶେଖର ପୁହାଣ, ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ପ୍ରଭାତ କୁମାର ଶତପଥୀ, ତୁଷାର କାନ୍ତ ଦାସ, ମନଲୋଭା ପ୍ରଧାନ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ବିଭାଗୀୟ ଅଧ୍ୟାପିକା ପ୍ରଜ୍ଞାପରମିତା ବିଶ୍ୱାଳ, ଅଧ୍ୟାପକ ମନ୍ମଥ ବଳ ପରିଚାଳନା କରିଥିଲେ । ଏହି ସଭାରେ ତୃତୀୟ ଓ ଦ୍ୱିତୀୟ ବର୍ଷର ସମସ୍ତ ବିଭାଗୀୟ ଛାତ୍ରଛାତ୍ରୀ ଉପସ୍ଥିତ ହୋଇ ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଶିଷ୍ଟାଚାର ଓ ସମାଜସେବାରେ ଆଗୁଆ କରିବା ପାଇଁ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ ।କାର୍ଯ୍ୟକ୍ରମରେ ବରିଷ୍ଠ ଛାତ୍ରଛାତ୍ରୀମାନେ ସାହିତ୍ୟ, କବିତା, ସଙ୍ଗୀତ ଓ ସାଂସ୍କୃତିକ ପ୍ରଦର୍ଶନ ମାଧ୍ୟମରେ ନୂତନଙ୍କୁ ସ୍ୱାଗତ କରିଥିଲେ ।ସମାରୋହର ଶେଷରେ ନୂତନ ଛାତ୍ରଛାତ୍ରୀମାନେ ନିଜର ଅନୁଭବ ବ୍ୟକ୍ତ କରି, ଆଗାମୀ ଦିନରେ ସୁନେଲି ଭବିଷ୍ୟତ ଗଢ଼ିବା ପାଇଁ ସମର୍ପିତ ହେବାର ସଙ୍କଳ୍ପ କଲେ । ସର୍ବ ଶେଷରେ ବିଭାଗୀୟ ଅଧ୍ୟାପକ ଦୀନବନ୍ଧୁ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।