ଶ୍ରୀ ବିଦ୍ୟାବିହାର ପବ୍ଲିକ ସ୍କୁଲର ବାର୍ଷିକୋତ୍ସବ
ବଡ଼ସାହି: ବଡ଼ସାହି ବ୍ଲକ୍ ଅନ୍ତର୍ଗତ ପାଉଁଶିଆ ପଞ୍ଚାୟତ କାଣିମହୁଲି ଗ୍ରାମ ସ୍ଥିତ ଶ୍ରୀ ବିଦ୍ୟା ବିହାର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଦୟାନିଧି ମହାନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ପରିଚାଳନା କମିଟିର ସଭାପତି ଦିଲ୍ଲୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାରେ ମୁଖ୍ୟଅତିଥି ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ରେଜିଷ୍ଟ୍ରାର କୁକୁମିନା ଦାସ ଯୋଗ ଦେଇ ପାଠ ପଢ଼ିବା ସହ କ୍ରୀଡା, ବିଜ୍ଞାନ ଉପରେ ନିଜକୁ ପ୍ରତିଷ୍ଠିତ କରିବାକୁ ହେଲେ ସ୍ଥିର ମନସ୍କ ହେବା ଉଚିତ୍ ବୋଲି ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ କୃତିବାସ ଦାସ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ଅଧିକ ସଚେତନ କରାଯାଇପାରିବ ବୋଲି କହିଥିଲେ । ଓଷ୍ଟା ସଂଘର ପଦାଧିକାରୀ ଚିତ୍ତରଞ୍ଜନ ପଳତା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସୁବାସିନି ନାଏକ, ସନ୍ତୋଷ କୁମାର କାସ୍ତ, ମୁଖ୍ୟ ପ୍ରଶାସକ ସନ୍ଦୀପ ସାମଲ, ବିକାଶ ମହାପାତ୍ର, ସମ୍ପାଦକ ଛମନଲାଲ ମହାନ୍ତ, କିଶୋର ଆଚାର୍ଯ୍ୟ, ରତନୀ ମହାନ୍ତ, ତରୁଲତା ମହାନ୍ତ, ଇଭାରଂଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଉଦେ୍ଦଶ୍ୟରେ ବକ୍ତବ୍ୟ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କାର ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦେବିଲାଲ୍ ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶକ୍ତିଦେବ ସିଂ ଧନ୍ୟବାଦ ପ୍ରଦାନ କରିଥିଲେ ।