ଶ୍ରୀ ସତ୍ୟନାରାୟଣଙ୍କ ବାର୍ଷିକ ଯଜ୍ଞ ମହୋତ୍ସବ
କୁଆଖିଆ : ରସୁଲପୁର ବ୍ଲକ୍ର ପୁରାତନ ପୀଠ ଶ୍ରୀ ସତ୍ୟ ନାରାୟଣ ମନ୍ଦିରର ୧୫ତମ ବାର୍ଷିକ ଯଜ୍ଞ ମହୋତ୍ସବ ଅନୁଷ୍ଠିତ ହେଇଛି । ଯଜ୍ଞ ମହୋତ୍ସବର ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ନାମ ସଂକିର୍ତନ କରାଯାଇଥିବା ବେଳେ, କଳସ ଶୋଭାଯାତ୍ରା ବାହାରି ଥିଲା । ଶୋଭାଯାତ୍ରାରେ ଗ୍ରାମର ସମସ୍ତ ଜାତି, ବର୍ଣ୍ଣ ନିର୍ବିଶେଷରେ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ନିକଟସ୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆସିବା ପରେ ଯଜ୍ଞାରମ୍ଭ ହୋଇଥିଲା । ନାମ ସଂକିର୍ତ୍ତନ ସହିତ, ସୂର୍ଯ୍ୟ ପୂଜା, ଗୋ-ପୂଜା, ଗୁରୁ ପୂଜା, ଯଜ୍ଞାରମ୍ଭ, ଓ ସନ୍ଧ୍ୟା ଆଳତୀ, ଗ୍ରାମବାସୀଙ୍କ ଦ୍ୱାରା ସଂକିର୍ତନ ଏବଂ ପାଲା ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମ ମନ୍ଦିର ପରିଚାଳନା କମିଟିର ସଦସ୍ୟ ଶୃଙ୍ଖଳାର ସହିତ ସମାପନ କରିଥିବା ବେଳେ ମହୋତ୍ସବରେ ଜାତି,ବର୍ଣ୍ଣ ନିର୍ବିଶେଷରେ ସମସ୍ତ ବର୍ଗର ଶ୍ରଦ୍ଧାଳୁ ଓ ସାଧାରଣ ଲୋକମାନେ ଯୋଗଦେଇ ଆନନ୍ଦ ଉଲ୍ଲାସର ସହିତ ସମ୍ମିଳିତ ଭାବରେ ବିଭୃକୃପା ଲାଭ କରିଥିଲେ । ଯଜେ୍ଞାସôବରେ ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ପହଁଚି ଶ୍ରୀ ନାରାୟଣଙ୍କ କୃପାଲାଭ କରିଥିଲେ ।