ସଂକଳ୍ପର ଭାଷା
ଆଜି ନୂଆ ବର୍ଷର ଆରମ୍ଭ ଦିନ । କେତେକ ଏହାକୁ ଖ୍ରୀଷ୍ଟିୟ ବା ପାଶ୍ଚାତ୍ୟ ନୂଆ ବର୍ଷର ଆରମ୍ଭ ବୋଲି କହିବାକୁ ପସନ୍ଦ କରୁଥିଲେ ହେଁ ଏହା ଦେଶ, ଜାତି, ଧର୍ମ ଆଦି ନିର୍ବିଶେଷରେ ମାନବ ସଂସ୍କୃତିର ଅଂଶରେ ପରିଣତ ହୋଇଥିବା ଭଳି ଆଜି ଦିନରେ ଆସନ୍ତା ବର୍ଷକ ପାଇଁ କିଛି ନୂଆ ସଂକଳ୍ପ କରିବା ମଧ୍ୟ ଏକ ସାଧାରଣ ଆଚରଣରେ ପରିଣତ ହୋଇଛି । ଆଜି କରାଯାଉଥିବା ଅସୁମାରି ସଂକଳ୍ପମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଥିଲେ ହେଁ ଏମାନଙ୍କ ଚରିତ୍ରରେ କେତେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।
ପ୍ରଧାନ ସାମଞ୍ଜସ୍ୟ ହେଲା ସଂକଳ୍ପକାରୀମାନେ ନିଜର ଆଚରଣରେ କୌଣସି ନା କୌଣସି ପରିବର୍ତ୍ତନ କରିବା ପାଇଁ ଲକ୍ଷ୍ୟ ରଖିଥାନ୍ତି । ଦ୍ୱିତୀୟ ସାମଞ୍ଜସ୍ୟ ହେଲା ଏହି ସମସ୍ତ ପରିବର୍ତ୍ତନମାନ କୌଣସି ଭଲ ଉଦେ୍ଦଶ୍ୟ ସାଦନ କରିବା ନିମନ୍ତେ ଚିନ୍ତା କରାଯାଇଥାଏ । ତୃତୀୟ ସାମଞ୍ଜସ୍ୟଟି ହେଲା ଏସବୁ ସଂକଳ୍ପ ଗୁଡ଼ିକ ଦୁଇ ଶ୍ରେଣୀରେ ବିଭକ୍ତ ସକାରାତ୍ମକ ଓ ନକାରାତ୍ମକ ଓ ଯେଉଁ ସବୁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥାଏ ସେଗୁଡ଼ିକ ନକାରାତ୍ମକ ସଂକଳ୍ପ ମାନଙ୍କର ଉଦେ୍ଦଶ୍ୟ କିନ୍ତୁ ମହତ୍ । ଯେମିତି ପ୍ରତିଦିନ ପ୍ରାତଃ ଭ୍ରମଣ କରିବା ପାଇଁ ସଂକଳ୍ପ ଏକ ସାକାରାତ୍ମକ ନିଷ୍ପତ୍ତି ହୋଇଥିବା ବେଳେ ତମାଖୁ ସେବନ ନକରିବା ପାଇଁ ସଂକଳ୍ପ ଏକ ନକାରାତ୍ମକ ନିଷ୍ପତ୍ତି ହୋଇଥାଏ । ଚତୁର୍ଥ ସାମଞ୍ଜସ୍ୟଟି ହେଲା ତୁରନ୍ତ ହେଉ ବା ବିଳମ୍ବରେ ହେଉ ଏଥିରୁ ଅଧିକାଂଶ ସଂକଳ୍ପ ଭୁଶୁଡ଼ି ପଡ଼ିଥାଏ । ସତେ ଯେମିତି ଏକ ଆପ୍ତ ବାକ୍ୟକୁ ପ୍ରମାଣିତ କରିବା ପାଇଁ ଏ ସଂକଳ୍ପର ବନ୍ୟା ସୃଷ୍ଟି ହୋଇଥାଏ, ଭଙ୍ଗା ହେବା ପାଇଁ ହିଁ ପ୍ରତିଶ୍ରୁତି ପ୍ରଦାନ କରାଯାଇଥାଏ । ଏଠାରେ ସଂକଳ୍ପମାନ ହେଉଛି କେବଳ ଯାହା ନିଜକୁ ନିଜେ ଦେଇଥିବା ପ୍ରତିଶ୍ରୁତି । ପ୍ରସିଦ୍ଧ ଆମେରିକୀୟ ଲେଖକ ଓ ପ୍ରତୁ୍ୟତ୍ପନ୍ନମତି ବ୍ୟଙ୍ଗକାର ମାର୍କ ଟ୍ୱେନ୍ ଜାନୁଆରୀ ୧୮୬୩ରେ ଏ ସମ୍ପର୍କରେ ପ୍ରଦାନ କରିଥିବା ଏକ ମନ୍ତବ୍ୟ ଏ କ୍ଷେତ୍ରରେ ଏକ କିମ୍ବଦନ୍ତୀର ମର୍ଯ୍ୟାଦା ହାସଲ କରିଛି । ସେ କହିଥିଲେ "ତୁମର ନିୟମିତ ବାର୍ଷିକ ସଂକଳ୍ପମାନ କରିବା ପାଇଁ ବର୍ତ୍ତମାନ ହିଁ ହେଉଛି ଗ୍ରହଣୀୟ ସମୟ । ଆସନ୍ତା ସପ୍ତାହରେ ତୁମେ ଚିରାଚରିତ ଭାବରେ ସେଗୁଡ଼ିକ ଦ୍ୱାରା ନର୍କର ଚଟାଣ ତିଆରି କରିପାର । ଗତକାଲି ପ୍ରତ୍ୟେକ ଲୋକ ତାର ଶେଷ ସିଗାର ଟାଣିଛି, ଶେଷ ମଦ ପିଇଛି ଏବଂ ଶେଷ ଅସଭ୍ୟ ଗାଳି ଦେଇଛି । ଆଜି ଆମେ ହେଉଛୁ ଏକ ନୀତିବାନ ଏବଂ ଉଦାହରଣ ସୃଷ୍ଟିକାରୀ ଗୋଷ୍ଠୀ । ଆଜିଠାରୁ ତିରିଶ ଦିନ ମଧ୍ୟରେ ଆମେ ଆମର ଏସବୁ ପରିବର୍ତ୍ତନ ପରିତ୍ୟାଗ କରି ସାରିଥିବା ଏବଂ ଆମର ଯେତେ ସବୁ ପୁରୁଣା ଦୁର୍ବଳତା ରହିଛି ସେଗୁଡ଼ିକୁ ଆହୁରି ଦୁର୍ବଳ କରି ସାରିଥିବା । ଆମେ ମଧ୍ୟ ଖୁସିରେ ମନେ ପକାଇବା ଗତ ବର୍ଷ ଏଇ ସମୟରେ କିପରି ଆମେ ଠିକ୍ ଏଇ ପୁରୁଣା କଥା ଦୋହରାଇଥିଲୁ । ସେ ଯାହା ହେଉ, ଆଗେଇ ଯାଅ ବନ୍ଧୁଗଣ । ନବବର୍ଷ ହେଉଛି ଏକ ନିରୀହ ଅନୁଷ୍ଠାନ, ଯାହା କେବଳ ଉଚ୍ଛୃଙ୍ଖଳ ମଦ୍ୟପମାନଙ୍କ ପାଇଁ ଏବଂ ବନ୍ଧୁତାମୂଳକ କଲ୍ ସବୁ ପାଇଁ ସଠତାପୂର୍ଣ୍ଣ ସଂକଳ୍ପମାନ ପାଇଁ ଏକ ଉପଲକ୍ଷ ହେବା ବ୍ୟତୀତ ଅନ୍ୟ କାହାର କୌଣସି କାର୍ଯ୍ୟରେ ଲାଗିନଥାଏ । ଆମେ ଆଶା କରୁଛୁ ତୁମେ ଏହି ଅବସରରେ ମହାନତା ସହିତ ଖାପ ଖାଇବା ଭଳି ଉପଯୁକ୍ତ ଉଚ୍ଛୃଙ୍ଖଳତା ସହ ଏହାକୁ ଭୋଗ କରିବ । ତେବେ ଆନ୍ତରିକ ନବବର୍ଷ ସଂକଳ୍ପକାରୀମାନେ ମାର୍କ ଟ୍ୱେନ୍ଙ୍କର ଏହି ବ୍ୟଙ୍ଗ ଦ୍ୱାରା ନିରୁତ୍ସାହିତ ହେବା ମଧ୍ୟ ବାଧ୍ୟତାମୂଳକ ନୁହେଁ । ମନସ୍ତତ୍ତ୍ୱବିଦ୍ମାନେ ନବବର୍ଷ ସଂକଳ୍ପ ମାନଙ୍କର କ୍ଷଣଭଙ୍ଗୁର ପ୍ରକୃତିରେ ପରିବର୍ତ୍ତନ ଆଣି ସେଗୁଡ଼ିକର ସ୍ଥାୟିତ୍ୱ ବୃଦ୍ଧି କରିବାର ଉପାୟମାନ ମଧ୍ୟ ଖୋଜି ଚାଲିଛନ୍ତି । ସେମାନେ ପାଇଥିବା ସମାଧାନ ସମ୍ବନ୍ଧରେ ଉଲ୍ଲେଖ କରିବା ପୂର୍ବରୁ କେତେକ ଲୋକପ୍ରିୟ ନବବର୍ଷ ସଂକଳ୍ପ ଉପରେ ଦୃଷ୍ଟି ପକାଯାଇପାରେ । କେତୋଟି ଉଦାହରଣ ଅଧିକ ବ୍ୟାୟାମ କରିବି, ସନ୍ତୁଳିତ ଆହାର ଖାଇବି, ମଦ ପିଇବା ଛାଡ଼ିବି, ସିଗାରେଟ୍ ଛାଡ଼ିବି, ଫେସବୁକ୍/ଟ୍ୱିଟର ପାଇଁ କମ୍ ସମୟ ଦେବି, ନୂଆ ଭାଷାଟି ଶିଖିବି, ଏକ ବାଦ୍ୟ ଯନ୍ତ୍ର ବଜାଇବା ଶିଖିବି, ସକାଳେ ଶୀଘ୍ର ବିଛଣା ଛାଡ଼ିବି, ପାଦରେ ଚାଲି କାମକୁ ଯିବି, ମିଠା ଖାଇବା କମାଇବି... ଇତ୍ୟାଦି । ମନସ୍ତତ୍ତ୍ୱବିତ୍ମାନେ ଆବିଷ୍କାର କରିଛନ୍ତି ଯେ ସଂକଳ୍ପର ଭାଷା ଉପରେ ସଂକଳ୍ପର ସ୍ଥାୟିତ୍ୱ ଅନେକାଂଶରେ ନିର୍ଭର କରିଥାଏ । ଉଦାହରଣ ସ୍ୱରୂପ ମିଠା ଖାଇବା ହ୍ରାସ କରିବା ଜଣେ ସଂକଳ୍ପକାରୀଙ୍କର ଉଦେ୍ଦଶ୍ୟ ହୋଇଥାଇପାରେ । ତାଙ୍କର ଅବଚେତନ ମନରେ କିନ୍ତୁ ମିଠା ପ୍ରତି ଘୋର ଦୁର୍ବଳତା ରହିଥାଏ । ମିଠା ଶବ୍ଦ ତାଙ୍କ କାନରେ ପଡ଼ିଲା ମାତ୍ରେ ସେଥିପ୍ରତି ତାଙ୍କର ଲାଳସା ଜାତ ହୋଇଥାଏ । ସେ ଯଦି ସଂକଳ୍ପ କରିଥିବେ ମିଠା ଖାଇବି ନାହିଁ ତେବେ ସେ ଏଇଥରକ ଖାଇ ଦେଉଛି କହି ମିଠା ଖାଇ ଦେବାକୁ ଆଗେଇ ଯିବାର ସମ୍ଭାବନା ଥାଏ । ସେ କିନ୍ତୁ ଯଦି ସଂକଳ୍ପ କରିଥିବେ ଆଜି ମିଠା ଖାଇବି ନାହିଁ ତେବେ ଏଠାରେ ମିଠା ଉପରେ ଗୁରୁତ୍ୱ ନରହି ଆଜି ଉପରେ ଗୁରୁତ୍ୱ ଦିଆଯାଇଥାଏ । ତେଣୁ ସେ ଆଜି ମିଠା ଠାରୁ ଦୂରେଇ ରହନ୍ତି । ଏହା କାଲି ମିଠା କାଇବାର ସମ୍ଭାବନାକୁ ଉନ୍ମୃକ୍ତ ରଖିଥାଏ, ଯାହା ଆଜି ଲାଳସା ତ୍ୟାଗ କରିବାରେ ସାହାଯ୍ୟ କରିଥାଏ । ଯେତେବେଳେ କାଲି ଆସେ ତାହା ଅବଶ୍ୟ ପୁଣି ଆଜିରେ ପରିଣତ ହୋଇଯାଇଥାଏ । ତେଣୁ ଆଜି ଦିନରେ ଯେଉଁମାନେ ବିଭିନ୍ନ ସଂକଳ୍ପ କରୁଛନ୍ତି ସେମାନେ ଆଜି କୁ ହିଁ ସେମାନଙ୍କର ସଂକଳ୍ପର ମୁଖ୍ୟ ଶବ୍ଦରେ ପରିଣତ କରନ୍ତୁ । ଏହା ସେମାନଙ୍କର ଉଭୟ ସକାରାତ୍ମକ ଓ ନକାରାତ୍ମକ ସଂକଳ୍ପ ମାନଙ୍କର ସ୍ଥାୟିତ୍ୱ ବୃଦ୍ଧିରେ ସାହାଯ୍ୟ କରିବ ।
ମୋ : ୯୪୩୭୬୬୬୪୫୩ସଂକଳ୍ପର ଭାଷା

ମୋ : ୯୪୩୭୬୬୬୪୫୩