‘ସଂଗଠନ ସୃଜନ ଅଭିଯାନ’  : ଜିଲ୍ଲା କଂଗ୍ରେସ ସଭାପତି ଚୟନ କରିବେ କର୍ମୀ ଓ କର୍ମକର୍ତ୍ତା

 ଯାଜପୁର ଟାଉନ : କଂଗ୍ରେସ ଦଳର ହାଇକମାଣ୍ଡଙ୍କ ନିଦେ୍ର୍ଦଶ ଅନୁଯାୟୀ କାହାର ସୁପାରିସ୍ରେ ସଭାପତି ଚୟନ ହୋଇପାରିବ ନାହିଁ । ‘ସଂଗଠନ ସୃଜନ ଅଭିଯାନ’ ମାଧ୍ୟମରେ ଗ୍ରାମ ଓ ପୌରାଞ୍ଚଳ ମାନଙ୍କରେ କାର୍ଯ୍ୟ କରୁଥିବା କର୍ମୀଙ୍କ ମତାମତ ସଂଗ୍ରହ କରି ସଭାପତି ଚୟନ କରାଯିବ । କଂଗ୍ରେସ ଜିଲ୍ଲା ସ୍ତରରୁ ଏହି ଅଭିଯାନ ଆରମ୍ଭ କରିଛି । ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମଲ୍ଳିକାର୍ଜ୍ଜୁନ୍ ଖାଡ୍ଗେ ଓ କଂଗ୍ରେସ ସଂସଦୀୟ ଦଳର ନେତା ରାହୁଲ ଗାନ୍ଧି ଓଡ଼ିଶା କଂଗ୍ରେସର ମୂଳଦୁଆକୁ ତୃଣମୂଳ ସ୍ତରରୁ ସୁଦୃଢ଼ ଓ ସଶକ୍ତିକରଣ କରିବା ପାଇଁ ସୃଜନ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲାରେ କଂଗ୍ରେସ ଜିଲ୍ଲା ସଭାପତି ଚୟନ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲା ସଂଯୋଜକ ମନୋଜ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମଳିନୀରେ ଅଖିଳ ଭାରତ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଭାବେ ·ରୁଲତା ଟୋକାସ୍, ପର୍ଯ୍ୟବେକ୍ଷକ ଭାବେ ହିତେସ୍ ମେଟୁୱାନି ଏବଂ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରି, ପିସିସିର ପୂର୍ବତନ ସାଧାରଣ ସଂମ୍ପାଦକ ଶାନ୍ତନୁ ସାହୁ ଓ ୟାକୁବ୍ ଉଜ୍ମାନ ଖାଁ ସୋମବାର ୧୦ ଘଟିକା ସମୟରେ ସ୍ଥାନୀୟ ସର୍କିଟ୍ ହାଉସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଉପସ୍ଥିତ ହୋଇ ସଂଗଠନ ସୃଜନ ଅଭିଯାନର ଆଭିମୁଖ୍ୟ, ପ୍ରକ୍ରିୟା ଓ ଲକ୍ଷ୍ୟ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ଦେଇଥିଲେ ଓ ପରେ ପରେ ଜିଲ୍ଳା ସଂଯୋଜକ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସ୍କୃତି ଭବନ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମଳନୀରେ ଯୋଗଦେଇ ଦଳର ଆଭିମୁଖ୍ୟ  ସମ୍ପର୍କରେ କର୍ମୀମାନଙ୍କ ନିକଟରେ ବ୍ୟକ୍ତ କରିଥିଲେ । ପୂର୍ବରୁ ଜିଲ୍ଲାର କିଏ ନେତୃତ୍ୱ ନେବେ ତାହା ଦଳର ଶୀର୍ଷନେତୃତ୍ୱ ନିର୍ଣ୍ଣୟ କରୁଥିବା ବେଳେ ଏବେ ଗ୍ରାମ ଓ ପୌରାଞ୍ଚଳରେ କାର୍ଯ୍ୟ କରୁଥିବା କର୍ମୀମାନେ ଜିଲ୍ଲା ସଭାପତି ଚୟନ କରିବେ ବୋଲି କହିଥିଲେ । ଏହାଦ୍ୱାରା ଦଳର ସଂଗଠନ ତୃଣମୂଳସ୍ତରରୁ ସଶକ୍ତ ଓ କ୍ରିୟାଶୀଳ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଜିଲ୍ଲାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ଗସ୍ତକରି ଜିଲ୍ଲା ପାଇଁ ଏକ ବଳିଷ୍ଠ ନେତୃତ୍ୱ ସମ୍ପନ୍ନ ଜିଲ୍ଲାସଭାପତି ଚୟନ କରାଯିବ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶରତ ରାଉତ, ଦେବାଶିଷ ନାୟକ, ପୂର୍ବତନ ସାଂସଦ ଅଞ୍ଚଳ ଦାସ, ବଡ଼ଚଣା ନେତା ଅଜୟ ସାମଲ, ବରିଷ୍ଠ ନେତା ସନ୍ତୋଷ ନନ୍ଦ, ସୁଦିପ୍ କର, ଶିଶିର ନାୟକ, ଧର୍ମଶାଳା ନେତ୍ରୀ ମଧୁସ୍ମିତା ଆ·ର୍ଯ୍ୟ, ଦୁର୍ଯେ୍ୟାଧନ ବେହେରା, ଶ୍ରୀନାଥ ମିଶ୍ର, ବନ୍ଦିତା ପରିଡ଼ା, କନକଲତା ମଲ୍ଲିକ, ବିଜୟ ଦ୍ୱିବେଦୀ, ଆରତୀ ଦେଓ, ବିଦ୍ୟାଧର ମହାନ୍ତି, ଆରତୀ ସ୍ୱାଇଁ, ଗଦାଧର ଦାସ, ପ୍ରତିମା କର, ମାନସ କର, ନାରାୟଣ ସାମନ୍ତ, ହୃଷିକେଶ ପତି, ଭାଷ୍କର ମହାନ୍ତି, ଆଲୋକ ବେହେରା, ରବି ସ୍ୱାଇଁ, ମଧୁସୂଦନ ସାହୁ, ହରେକୃଷ୍ଣ ସାହୁ, ରାଇ ଚରଣ ମହାନ୍ତି, ଦିଲ୍ଲୀପ ଦାଶ, ପୟୋଧର ରାୟ, ଦେବେନ୍ଦ୍ର ପଣ୍ଡା, ଶ୍ୟାମସୁନ୍ଦର କର, ବିଭୂତିଭୂଷଣ ମହାପାତ୍ର ପ୍ରଭୃତି ଯୋଗଦେଇଥିବା ବେଳେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତ ଧନ୍ୟବାଦ ଦେଇଥିଲେ ।