ସଙ୍ଗୀତଜ୍ଞ ନିହାରଙ୍କୁ ଶ୍ରଦ୍ଧାଞ୍ଜଳି

 ଜୟପୁର: ରୋଶିକ ଶିରୋମଣି ମନ୍ଦିର ପରିସରରେ ରହିଥିବା ନୀଳଶୈଳ କଳା ମନ୍ଦିର ଠାରେ ଦିବଂଗତ କଳାକାର ସ୍ୱର୍ଗତ ନିହାର ମହାନ୍ତିଙ୍କ  ଉଦେ୍ଦଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଛି । ଏଥିରେ ଜୟପୁର ସହରର ଶତାଧିକ କଳାକାର ଉପସ୍ଥିତ ଥିଲେ । ନୀଳାଶୈଳ ସାଂସ୍କୃତିକ ଅନୁଷ୍ଠାନର ପୁରୁଖା ସଭ୍ୟ ନବକିଶୋର ପାତ୍ର, ସୁଧୀର ସାହୁ  ଜୟପୁରର ବରିଷ୍ଟ କଳାକାର ଧିରେନ ମୋହନ ପଟ୍ଟନାୟକ, ବିଜୟ ସାମନ୍ତରାୟ ଅଭିନେତା ଗୋପାଳ ସାମନ୍ତରାୟ ପ୍ରମୁଖ ଅମର ଆତ୍ମାର ତୈଳ ଚିତ୍ର ଠାରେ ପୁଷ୍ପମାଲ୍ୟ ଦୀପ ଧୂପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥି ସହିତ ଉପସ୍ଥିତ ସମସ୍ତ କଳାକାର ମାନେ ନିହାରଙ୍କ ତୈଳଚ୍ଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ନିହାର ମହାନ୍ତି ଏକାଧାରରେ ଜଣେ ସଂଗୀତ ନିଦେ୍ର୍ଦଶକ, ଗୀତିକାର, ନାଟ୍ୟକାର, ସଂଳାପ ଲେଖକ, ଅଭିନେତା ଓ କବି ଥିଲେ । ନୀଳଶୈଳ କଳା ମନ୍ଦିରର ସଭାପତି ରହିବା ସହ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ ସଂଗୀତ ଓ ବାଦ୍ୟ ଶିକ୍ଷା ପ୍ରଦାନ କରି ଆସୁଥିଲେ । ଆକାଶବାଣୀ ଜୟପୁରର ମୁ୍ୟଜିକ କମ୍ପଜର ରହି ମୂର୍ଚ୍ଛନା, ନୈବେଦ୍ୟ ଲୋକଗୀତ, ଦେଶିଆ ଗୀତ ସହ ଅନେକ ଗୀତିନାଟ୍ୟ ରେ ସ୍ୱର ସଂଯୋଜନା  କରିଛନ୍ତି । ତାଙ୍କ ରଚିତ ଗୀତିନାଟ୍ୟ ଗୁଡିକ ହେଲାଶାମ୍ବ ବିବାହ, ରୁକ୍ମଣୀ ହରଣ,ସୀତା ବିବାହ, ଲକ୍ଷ୍ମଣ ପ୍ରତିଜ୍ଞା ଆହୁରି ଅନେକ । ସଭାରେ ଗାୟିକା ବିଦୁ୍ୟତ ପ୍ରଭା ପଟ୍ଟନାୟକ, କୁନ୍ତୀ ବେହେରା, କମଳାକାନ୍ତ ରଥ, ସନ୍ତୋଷ ଦାଶ, ଉମେଶ ସାମନ୍ତରାୟ, ସୁଧାକର ପଟ୍ଟନାୟକ, ଗୁପ୍ତ ପାଣିଗ୍ରାହୀ, କିଶୋର ତ୍ରିପାଠୀ, ବୁଲୁ ଷଡ଼ଙ୍ଗୀ, ମହମ୍ମଦ ଶାରିଫ, ସୁରେଶ ହୋତା, ଲାଲୁ ମିଶ୍ର, ଧନ ହରିଜନ, ଶ୍ରୀଶାନ୍ତ, ଶୁକମନ ଶଗଡ଼ିଆ, କାଉନସିଲର ରବି ସାହୁ, ନୀଳଶୈଳ କଲାମନ୍ଦିରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶଙ୍କର ପ୍ରହରାଜ ପରିଚାଳନା କରିଥିଲେ ।