ସଙ୍ଗୀତ, ନୃତ୍ୟ ପ୍ରତିଯୋଗୀତା

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକର କୁଲଣା କୁଶଲେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ରମାକାନ୍ତ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ସଂପୃକ୍ତ ସ୍ଥାନରେ ଅନୁଷ୍ଠିତ ଭାଗବତ ପାରାୟଣ ସପ୍ତାହ ଅବସରରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରତିକାନ୍ତ ପଣ୍ଡାଙ୍କ ପୌରହିତ୍ୟରେ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସ୍ୱର୍ଗତ ସମାଜସେବୀ ରମାକାନ୍ତ ପଣ୍ଡାଙ୍କ ସ୍ମୃତିଚାରଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ପ୍ରତିଯୋଗୀତାରେ ବହୁ ପ୍ରତିଯୋଗୀ ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଆକାଶବାଣୀ ଓ ଦୂରଦର୍ଶନ ଶିଳ୍ପୀ ରଙ୍ଗାଧର ନାୟକ ଓ ଜୟନ୍ତ କୁମାର ଦାସ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଶାନ୍ତ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ସମ୍ପାଦକ ରଶ୍ମିକାନ୍ତ ପଣ୍ଡା, ସୁରେନ୍ଦ୍ର କୁମାର ପଟ୍ଟନାୟକ, ପାରାୟଣ କିଟି ସଦସ୍ୟ, ସଦସ୍ୟା ସହଯୋଗ କରିଥିଲେ ।