ସଚ୍ଚିଦାନନ୍ଦ ମହାନ୍ତି ସମ୍ବର୍ଦ୍ଧିିତ

ାା ପ୍ରଭାନୁ୍ୟଜ ।ା ବେତନଟୀ: ବେତନଟୀର ସିଭିଲ ସୋସାଇଟି ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଂପାଦକ ତଥା କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟରତ ବିଶିଷ୍ଟ ସଂଗଠକ ଓ ସାହିତି୍ୟକ ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ସ୍ୱର୍ଗତ ପ୍ରଶାନ୍ତ ବେହେରା ସ୍ମୃତି ପରିଷଦ ଉଦଳା ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ମହାନ୍ତିିଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ସହ ମୁଖ୍ୟଅତିଥି ନଗରପାଳ ପ୍ରମିଳା ପଣ୍ଡାଙ୍କ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏକାଧାରରେ ଶ୍ରୀ ମହାନ୍ତି ମଧ୍ୟ କୃତି ଶିକ୍ଷକ ଭାବେ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସଂପ୍ରତି ସାମ୍ବାଦିକତା ଶିକ୍ଷାଲାଭ କରି ଦୈନିକ ସମ୍ବାଦପତ୍ର ନିମନ୍ତେ ଖବର ଓ ସ୍ତମ୍ଭ ଲେଖୁଛନ୍ତି । ସ୍ୱର୍ଗତ ପ୍ରଶାନ୍ତ ବେହେରାଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସଭା ସ୍ଥାନୀୟ ଶ୍ରୀମା ଅରବିନ୍ଦ ବିଦ୍ୟାଳୟ ପରିସରରେ ପ୍ରାଧ୍ୟାପକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟବକ୍ତା ଭାବେ ବାରିପଦା ବଳାଙ୍ଗୀ ଉତ୍ସବର ପ୍ରତିଷ୍ଠାତା ଶରତଚନ୍ଦ୍ର ନାୟକ, ସମ୍ମାନିତ ଅତିଥିଭାବେ କବି ସୁଚରିତା ମହାନ୍ତି, ସାହିତି୍ୟକ ପ୍ରଫୁଲ୍ଲ ମଲ୍ଲିକ, କିଶୋରଚନ୍ଦ୍ର ଦାସବାବୁ, ଗଙ୍ଗାଧର ଦାସ, ଶ୍ୟାମସୁନ୍ଦର ପଣ୍ଡା, ଶରତ ମହାପାତ୍ର ଆଦି ସମ୍ମାନିତ ଅତିଥିଗଣ ସ୍ୱର୍ଗତ ଦେହେରାଙ୍କ ଉସôର୍ଗୀକୃତ ସାହିତ୍ୟ ପ୍ରତିଭା ସଂପର୍କିତ ଆଲୋଚନା କରିଥିଲେ । ସଭାରେ ୫୦ରୁ ଊର୍ଦ୍ଧ୍ୱ କବି ସ୍ୱରଚିତ କବିତା ପାଠ କରିଥିଲେ । ସ୍ୱର୍ଗତ ପ୍ରଶାନ୍ତଙ୍କ ପିତା ଶ୍ରୀକାନ୍ତ ଓ ଭ୍ରାତା ଇଂସୁଶାନ୍ତ ବେହେରାଙ୍କ ସମେତ ସାମ୍ବାଦିକ ଦୀପକ ନାୟକ, ଆଶିଷ ମଲ୍ଲିକ, ସୁବ୍ରତ ମହାନ୍ତିଙ୍କ ସହ ପରିଚାଳନାରେ ସହଯୋଗୀ କରୁଣାକର ଦାସ ଓ ଆଇନଜୀବୀ ସତ୍ୟବ୍ରତ ମିଶ୍ର, କବି ସର୍ବେଶ୍ୱର ମହାପାତ୍ର ଓ ବାସୁଦେବ ନାପିତ ପ୍ରମୁଖ ଉପସ୍ଥିତ ଥିଲେ ।