ସଡକ ସୁରକ୍ଷା କମିଟି ବୈଠକ

 ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଡକ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସାର୍ଥକ ରାୟ, ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା, ବିଭିନ୍ନ ବିଭାଗର ଅଧିକାରୀ ଓ ସଦସ୍ୟମାନେ ଯୋଗ ଦେଇଥିଲେ । ଜିଲ୍ଲାରେ ସଡକ ଦୁର୍ଘଟଣା ଓ  ଦୁର୍ଘଟଣା ଜନିତ ମୃତୁ୍ୟ ସଂଖ୍ୟା ହ୍ରାସ କରିବା ଦିଗରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଓ ଜନ ସଚେତନତା ସୃଷ୍ଟି ପାଇଁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ ଅଧିକାରୀ  ଏବଂ ପୁଲିସ ମିଳିତ ଭାବେ  ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଏଥିସହିତ ବିଦ୍ୟାଳୟ ସାମ୍ନାରେ କୌଣସି ଦୁର୍ଘଟଣା ଯେପରି ନ ଘଟେ, ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଏନ୍ଏଚ ବିଭାଗ ଦୃଷ୍ଟି ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।