‘ସତସଙ୍ଗ ମାଧ୍ୟମରେ ସାମାଜିକ ଏକତା ସୃଷ୍ଟି ହୋଇ ପାରିବ’
ଯାଜପୁର: ସତସଙ୍ଗ ମଣିଷ ଜିବନର ସାର୍ଥକତା ଆଣିଦେଇଥାଏ । ଆଜିର ସମାଜରୁ ହଜି ଯାଉଥିବା ଶାନ୍ତି ସୈ÷ାହାର୍ଦ୍ଧକୁ ଫେରାଇ ଆଣିଥାଏ ବୋଲି ଓଡିଶାର ବିଶିଷ୍ଠ ପ୍ରବଚକ ସତ୍ୟାନନ୍ଦ ଦାସ ମହାରାଜ କହିଛନ୍ତି । ଦୀର୍ଘ ୨୬ବର୍ଷ ଧରି ବିଞ୍ଝାରପୁର ଠାରେ ହୋଇ ଆସୁଥିବା ଧର୍ମାଲୋଚନା ମହାସଭା ଚଳିତ ବର୍ଷ ଉଦଘାଟିତ ହୋଇଯାଇଛି । ଏବର୍ଷ ବିଶିଷ୍ଠ ପ୍ରବଚକ ସତ୍ୟାନନ୍ଦ ମହାରାଜ ପ୍ରଥମ ଦିବସରେ ଆଲୋଚନା କରି କହିଲେ ଯେ ମଣିଷ ଆଜିର ସମାଜରେ ନିଜର ଆଚରଣ ଓ ବ୍ୟବହାରରେ ପଶୁଠାରୁ ଆଉରି ନିକୃଷ୍ଟ ହୋଇଯାଇଛି । ପାଶ୍ଚାତ୍ୟ ସଭ୍ୟତା ମଧ୍ୟ ମଣିଷଙ୍କୁ ବେଳେ ବେଳେ ବିପଥଗାମୀ କରି ଦେଉଛି । ସାଧୁସଙ୍ଗ ଲାଭ କଲେ, ନିତ୍ୟ ଭାଗବତ ପାଠ କଲେ ସମାଜରେ ଶାନ୍ତି ସୈ÷ାହାର୍ଦ୍ଧ ଫେରିଆସିବ । କଳିଯୁଗର ପ୍ରଭାବ ସମ୍ପର୍କରେ ସେ ମଧ୍ୟ ସଚେତନ କରାଇ ଦେଇଥିଲେ । ଅଖିଳଚକ୍ରର ସମ୍ପାଦକ ହରେକୃଷ୍ଣ ପଣ୍ଡା ଆୟୋଜିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆକର୍ଷଣୀୟ୨୪ପ୍ରକାର ପ୍ରତିମୂର୍ତି ସମ୍ବଳିତ ଏକ ପ୍ରଦର୍ଶନୀକୁ ଉଦଘାଟନ କରି ଆୟୋଜିତ ଧର୍ମାଲୋଚନା ମହାସଭାରେ ସଭାପତିତ୍ୱ କରିଥିଲେ । ଅନ୍ୟତମ ଅତିଥି ଆନନ୍ଦମୟୀ ଶିଶୁନିକେତନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ମହାପୁରୁଷଙ୍କୁ ଆମେ ଅନୁସରଣ କଲେ ସୁଖ ଶାନ୍ତିରେ ବଂଚି ପାରିବା ବୋଲି କହିଥିଲେ । ଉଦ୍ୟୋକ୍ତା ପ୍ରଶାନ୍ତ କୁମାର ସାହୁ ଦୀର୍ଘ ୨୬ବର୍ଷ ଧରି ହୋଇ ଆସୁଥିବା ଆଲୋଚନା ମହାସଭାର ବିବରଣୀ ପାଠ କରିଥିଲେ ।